ସର୍ବବୃହତ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାଇବ୍ରାଂଟ ଗୁଜୁରାଟ ବିଶ୍ୱ ଶିଖର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ଗୁଜୁରାଟର ଗାନ୍ଧିନଗରରେ ଦେଶର ସର୍ବବୃହତ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୋଜାମ୍ବିକର ରାଷ୍ଟ୍ରପତି ଫିଲିପ ନ୍ୟୁସି, ପୂର୍ବ ତିମୋରର ରାଷ୍ଟ୍ରପତି ଜୋସ ରାମୋସ ହର୍ତ୍ତା ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ।
ଦୁଇ ଲକ୍ଷ ବର୍ଗ ମିଟର ପରିସରରେ ବ୍ୟାପିଥିବା ଗୁଜୁରାଟ ବିଶ୍ୱ ଶିଖର ସମ୍ମିଳନୀ ବାଣିଜ୍ୟ ପ୍ରଦର୍ଶନୀ ’ଭାରତର ସର୍ବବୃହତ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀ’ ହେବ। ଏହି ୫ ଦିନିଆ ସମ୍ମିଳନୀରେ ୧୦୦ଟି ଅତିଥି ଦେଶକୁ ଓ ୩୩ଟି ଦେଶର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ଏଥିରେ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ସିଙ୍ଗାପୁର, ସଂଯୁକ୍ତ ଆରବ ଏମିରେଟ୍ସ, ବ୍ରିଟେନ, ଜର୍ମାନୀ ଏବଂ ନରୱେ ସମେତ ୨୦ଟି ଦେଶର ଏକ ହଜାରରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ୧୩ଟି ହଲରେ ଏହି ସମ୍ମିଳନୀ ଆୟୋଜିତ ହେବ। ସମସ୍ତ ହଲଗୁଡିକ ‘ମେକ୍ ଇନ୍ ଗୁଜୁରାଟ’ ଏବଂ ‘ଆତ୍ମନିର୍ଭରଶୀଳ ଭାରତ’ ସମେତ ବିଭିନ୍ନ ଥିମ୍ ପାଇଁ ଉତ୍ସର୍ଗୀକୃତ ହେବ। ପ୍ରାୟ ୪୫୦ ଏମଏସଏମଇ ଶାଖା ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ ହେବ। ଏହି ବାଣିଜ୍ୟ ଶୋରେ ବିଭିନ୍ନ କ୍ଷେତ୍ରରେ ଅତ୍ୟାଧୁନିକ ଉତ୍ପାଦ ଯେପରିକି ସେବା, ବୈଦୁତିକ ଯାନ, ସବୁଜ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ସାଇବର ସୁରକ୍ଷା ଭଳି ଉଦୀୟମାନ ଶିଳ୍ପଗୁଡିକ ପ୍ରଦର୍ଶିତ ହେବ।
Comments are closed.