ମଣିପୁର ହିଂସା ତଦନ୍ତ – ବଢ଼ିଲା ସତ୍ୟପାଠ ଦାଖଲ ସମୟ
ଡେସ୍କ: ୨୦୨୩ ମେ ୮ରେ ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜୟ ଲାମ୍ବାଙ୍କ ନେତୃତ୍ୱରେ ମଣିପୁର ହିଂସାର କାରଣ ଅନୁସନ୍ଧାନ ଲାଗି ଗଠିତ ଆୟୋଗ ସତ୍ୟପାଠ ଦାଖଲ ସମୟ ବୃଦ୍ଧି କରିଛନ୍ତି। ଆୟୋଗ କହିଛନ୍ତି ଯେ ଯେଉଁମାନେ ହିଂସା ସହ ଜଡିତ ସତ୍ୟପାଠ ଦାଖଲ କରିବାକୁ ଚାହୁଁଛନ୍ତି ସେମାନେ ଏହି ମାସ ଅର୍ଥାତ ଜାନୁଆରୀ ୨୪ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିପାରିବେ। ଗତ ବର୍ଷ ନଭେମ୍ବର ୨୦ରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ବିଜ୍ଞପ୍ତି ଜାରି ହେବାର ୪୫ ଦିନ ମଧ୍ୟରେ ସତ୍ୟପାଠ ଗ୍ରହଣ କରାଯିବ ବୋଲି ନିର୍ଦ୍ଧାରିତ ହୋଇଥିଲା। ତେବେ ଏହି ଅବଧି ବୃଦ୍ଧି ଲାଗି ଜନସାଧାରଣଙ୍କ ଠାରୁ ଅନେକ ଅନୁରୋଧ ପାଇବା ପରେ ଆୟୋଗ ଆୟୋଗ ଦାଖଲ କରିବାର ତାରିଖ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।
Comments are closed.