www.samajalive.in
Monday, December 15, 2025
14.1 C
Bhubaneswar

ଭଲ ମଣିଷ ସହିତ ଚରିତ୍ରବାନ ହେବା ଉଚିତ ଛାତ୍ରଛାତ୍ରୀ

ଭୁବନେଶ୍ୱର: ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାରରେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳନ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଜି ପାଠାଗାରକୁ ଚନ୍ଦ୍ରଶେଖରପୁର ଓ ପୋଖରୀପୁଟ ଡ଼ିଏଭି ସ୍କୁଲର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ପାଠାଗାର ପରିଭ୍ରମଣରେ ଆସିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସେମାନଙ୍କୁ ପାଠ୍ୟ ପୁସ୍ତକ ସହିତ ଅନ୍ୟାନ୍ୟ ପୁସ୍ତକ ଓ ସେମାନଙ୍କ ଯେଉଁ ବିଷୟରେ ଆଗ୍ରହ ଅଛି ତାକୁ ନିଷ୍ଠାର ସହିତ ପାଳନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଅଧ୍ୟକ୍ଷତା କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବା ସହିତ ଭଲ ଚରିତ୍ରବାନ ହେବା ପାଇଁ କହିଥିଲେ।

କାର୍ଯ୍ୟକ୍ରମରେ ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l ସଂସ୍କୃତି ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ଓଡିଶା ସଂଗ୍ରହାଳୟର ସୁପରିଟେଣ୍ଡେଣ୍ଟ ଭାଗ୍ୟ ଲିପି ମଲ୍ଲ , ଅବସର ପ୍ରାପ୍ତ ପ୍ରଫେସର ଶ୍ରୀ ବାମନ ପରିଡ଼ା, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସୁଜିତ୍ ମହାପାତ୍ର ଓ ଶ୍ରୀ ଲକ୍ଷ୍ମୀଧର ବେହେରା ପାଠକ ପାଠିକା ମାନଙ୍କୁ ଉଦବୋଧନ ଦେଇଥିଲେ। ଶେଷରେ ଛାତ୍ରଛାତ୍ରୀ ମାନେ ପାଠାଗାର ଭ୍ରମଣ କରିଥିଲେ।
ଏହି ଅବସରରେ ଗ୍ରନ୍ଥାଧ୍ୟକ୍ଷ ସଂଘମିତ୍ରା ସାହୁ, ରୁଦ୍ର ପ୍ରସାଦ ବେହେରା, ବିଦ୍ୟାଧର ପଣ୍ଡା, ସଳିତା ପାତ୍ର ଓ ମଞ୍ଜୁରାଣୀ ମୁଦୁଲି ଶିଶୁ ମାନଙ୍କୁ ବିଭିନ୍ନ ସୂଚନା ଦେଇ ଗ୍ରନ୍ଥାଗାରର ବିଭିନ୍ନ ବିଭାଗ ବିଷୟରେ ଅବଗତ କରାଇଥିଲେ l ଏମିତି କାର୍ଯ୍ୟ କରିବା ଦ୍ବାରା ଶିଶୁ ପାଠକ ମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ହୋଇପାରିବ ବୋଲି ଅତିଥି ମାନେ ଆଶାବ୍ୟକ୍ତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories