ବୌଦ୍ଧ: ବୌଦ୍ଧ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକଙ୍କ ଅଧକ୍ଷତାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରାମାରାଓ ପାଲ ଯୋଗଦେଇ ମାଛ ଚାଷ ଓ ସରକାରୀ ଯୋଜନାରେ ଚାଷୀମାନେ କିପରି ଲାଭବାନ ହୋଇ ଉପକୃତ ହୋଇପାରିବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏଥିରେ ଜିଲ୍ଲାର ତିନୋଟି ବ୍ଲକର ଚାଷୀ ଉପସ୍ଥିତ ଥିଲେ।
Popular Categories



