www.samajalive.in
Monday, December 8, 2025
16.1 C
Bhubaneswar

ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ; ଓଡିଶାରୁ ୪ ଶିକ୍ଷା ଅଧିକାରୀଙ୍କୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ/ ଭୁବନେଶ୍ଵର : ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ଚାରିଜଣ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ଲାଗି ୨୦୨୦ -୨୦୨୧ ଓ ୨୦୨୧ -୨୦୨୨ ବର୍ଷ ପାଇଁ ସମ୍ମାନଜନକ ଜାତୀୟ ପୁରସ୍କାର ମିଳିଛି । କଟକର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଡକ୍ଟର ସନ୍ତୋଷ କୁମାର ରାଉତ, ବାଲିପାଟଣା ବ୍ଲକ ପ୍ରାକ୍ତନ ଶିକ୍ଷା ଅଧିକାରୀ ତଥା ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବର୍ତ୍ତମାନର ଉପ ନିର୍ଦ୍ଦେଶକ, ମହେଶ୍ଵର ସାହୁ, ଭୁବନେଶ୍ଵର ବ୍ଲକ ଶିକ୍ଷା ଅଧିକାରୀ, ଡକ୍ଟର ପ୍ରଜ୍ଞା ପାରମିତା ଜେନା, ଓ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ ଭାଗୀରଥୀ ବେହେରା ଜାତୀୟ ପୁରସ୍କାର ପାଇଛନ୍ତି ।
ଭାରତ ସରକାରଙ୍କ ତରଫରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ଅନୁଷ୍ଠାନ (ଏନଆଇଇପିଏ) ଦ୍ଵାରା ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧନଙ୍କ ଠାରୁ ଏହି ଶିକ୍ଷା ଅଧିକାରୀମାନେ ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କରି ଜାତୀୟ ସ୍ତରରେ ଓଡିଶାର ସମ୍ମାନ ବୃଦ୍ଧି କରିଛନ୍ତି ।
ମହେଶ୍ଵର ସାହୁଙ୍କୁ ସୁନ୍ଦର ବିଦ୍ୟାଳୟ ପରିବେଶରେ ଆନନ୍ଦଦାୟକ ଶିକ୍ଷା ଦିଗରେ ଅଭିନବ ପ୍ରୟାସ ପାଇଁ ଜାତୀୟ ପୁରସ୍କାର ମିଳିଥିବା ବେଳେ, ଛାତ୍ରଛାତ୍ରୀମାନଙ୍କର ଅନ୍ ଲାଇନ୍ ପାଠପଢା ପାଇଁ ଶିକ୍ଷଣ ସାମଗ୍ରୀ ସୃଷ୍ଟି ଓ ତାହାର ଉପଯୋଗ ଉପରେ ଡ. ସନ୍ତୋଷ କୁମାର ରାଉତଙ୍କୁ ଏହି ପୁରସ୍କାର ମିଳିଛି । ଅନ୍ୟ ପକ୍ଷରେ ଡ. ପ୍ରଜ୍ଞା ପାରମିତା ଜେନାଙ୍କୁ ବଗିଚାରେ ପାଠପଢା ଓ ଅନ୍ୟ ଅଭିନବ ପ୍ରୟାସ ପାଇଁ ଓ ଭାଗୀରଥୀ ବେହେରାଙ୍କୁ ବିଦ୍ୟାଳୟ ସ୍ତରରେ ଶିଶୁ ଲେଖକ ସୃଷ୍ଟି ଦିଗରେ ପ୍ରଚେଷ୍ଟା ପାଇଁ ଜାତୀୟ ପୁରସ୍କାର ଓ ପ୍ରଶଂସା ପତ୍ର ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories