www.samajalive.in
Monday, December 15, 2025
17.1 C
Bhubaneswar

ଜାତୀୟସ୍ତରରେ ଚୌଦ୍ୱାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମାନିତ

ଚୌଦ୍ୱାର : ଚୌଦ୍ୱାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଉତ୍କର୍ଷତା ସମ୍ମାନରେ ସମ୍ମାନିତ ହୋଇଛି । ସାଇ ସଂଗଠନ ଦ୍ୱାରା ପରିଚାଳିତ ଏହି ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ର ସରକାରଙ୍କ ଜାତୀୟ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ଼ ( ଏନ୍.କ୍ୟୁ.ଏ.ଏସ୍) ସର୍ଭେରେ ୯୬.୦୫ ପ୍ରତିଶତ ନମ୍ବର ରଖି ଏହି ସମ୍ମାନ ଜନକ ସାର୍ଟିଫିକେଟ ହାସଲ କରିବାରେ ସକ୍ଷମ ହୋଇଛି । ଗତ ଅଗଷ୍ଟ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଡ. ଜଗଦୀଶ ସିଂ ଓ ଡ. ରୁବି ସିହ୍ନା ଏହି କେନ୍ଦ୍ର ପରିଦର୍ଶନରେ ଆସି ଏଠାରେ ଯୋଗାଇ ଦିଆ ଯାଉଥିବା ୧୨ଟି ବିଭିନ୍ନ ସ୍ୱାସ୍ଥ୍ୟସେବାର ମାନ ଯାଞ୍ଚ ଓ ମୂଲ୍ୟାୟନ କରିଥିଲେ । ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଜାତୀୟସ୍ତରରେ ସମ୍ମାନିତ ହୋଇଥିବାରୁ ପୌରାଧ୍ୟକ୍ଷା ମାନସୀ ସ୍ୱାର୍ଣ୍ଣପ୍ରଭା ସାମଲ,ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ତଥା ସମସ୍ତ କାଉନସିଲର ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡା. ରବୀନ୍ଦ୍ର କୁମାର ମହାପାତ୍ର ଓ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ପ୍ରଦାନ କରିଛନ୍ତି । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ , ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରମୁଖ ମଧ୍ୟ ଚୌଦ୍ୱାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories