www.samajalive.in
Monday, December 15, 2025
26.1 C
Bhubaneswar

ମହାକାଶ କେନ୍ଦ୍ରରେ ନାହିଁ ଶୌଚାଳୟ; ମହାକାଶଚାରୀ ବ୍ୟବହାର କରୁଛନ୍ତି ଡାୟପର

ମୋସ୍କୋ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ର କୌଣସି ଶୌଚାଳୟ କାର୍ଯ୍ୟ କରୁନାହିଁ। ଏହି କାରଣରୁ ମହାକାଶଚାରୀଙ୍କୁ ଡାୟପର ବ୍ୟବହାର କରିବାକୁ ପଡୁଛି ବୋଲି ବୁଧବାର ନାସା ପକ୍ଷରୁ ସୂଚନା ଦିଆଯାଇଛି। ଆଇଏସଏସର କମାଣ୍ଡର ଲୁସା ପରମିଟାନୋଙ୍କ ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ରୁଷିଆ ଦ୍ବାରା ନିର୍ମିତ ଦୁଇଟି ଶୌଚାଳୟ ରଖାଯାଇଛି। ସେଥିମଧ୍ୟରୁ ଗୋଟିଏ ଆମେରିକା ଭାଗରେ ଓ ଅନ୍ୟଟି ରୁଷିଆ ଭାଗରେ ରଖାଯାଇଛି। ଆମେରିକା ଭାଗରେ ଥିବା ଶୌଚାଳୟ ବାରମ୍ବାର ଖରାପ ହେବାର ସଙ୍କେତ ଦେଉଛି। ସେହିପରି ରୁଷିଆ ଭାଗ ଲାଗିଥିବା ଶୌଚାଳୟ କ୍ଷମତା ପର୍ଯ୍ୟନ୍ତ ପୂରଣ ହୋଇ ସାରିଛି। ଯାହା ବ୍ୟବହାର ଉପଯୋଗୀ ନୁହେଁ। ଏହି ଦୁଇଟି ବ୍ୟତୀତ୍‌ ଆଇଏସଏସରେ ଜଡିତ ଥିବା ସୋୟୁଜ ମହାକାଶଯାନରେ ମଧ୍ୟ ଶୌଚାଳୟ ରହିଛି। କିନ୍ତୁ ଏହାର ବ୍ୟବହାର କେବଳ ଉଡାଣ ସମୟରେ କରାଯାଇପାରିବ। ସ୍ଥିର ରହିଥିବା ଅବସ୍ଥାରେ ଏହାର ବ୍ୟବହାର କରାଯାଇପାରିବ ନାହିଁ।

ବର୍ତ୍ତମାନ ମହାକାଶରେ ଦୁଇଟି ମହାକାଶ କେନ୍ଦ୍ର କାର୍ଯ୍ୟ କରୁଛି। ଏହା ମଧ୍ୟରୁ ଗୋଟିଏ ଆମେରିକା, ରୁଷିଆ, ୟୁରୋପ, କନାଡା ଏବଂ ଜାପାନର ସାହାଯ୍ୟରେ ପରିଚାଳିତ ହେଉଛି। ଏହାକୁ ‘ଆଇଏସଏସ’ କୁହାଯାଏ। ଅନ୍ୟ ମହାକାଶ କେନ୍ଦ୍ରକୁ କେବଳ ଚୀନ ପରିଚଳନା କରୁଛି। ଏହାର ନାମ ତିଆନ୍‌ଗୋଙ୍ଗ-୨ (‘Tiangong-2’) ରହିଛି।

- Advertisement -

‘ଆଇଏସଏସ’କୁ ପୃଥିବୀର ତଳ କକ୍ଷରେ ସ୍ଥାପିତ କରାଯାଇଛି। ଏହା ଲଗାତର ଭାବେ ପୃଥିବୀକୁ ପରିକ୍ରମା କରୁଛି। ଏହା ପୂର୍ବରୁ ରୁଷିଆର ମହାକାଶ କେନ୍ଦ୍ର ‘ମୀର’ ପୃଥିବୀର ପରିକ୍ରମା କରୁଥିଲା। ଅଧିକ ଖର୍ଚ୍ଚ ଓ ସୁରକ୍ଷା ଦୃଷ୍ଟିରୁ ଏହାକୁ ୨୦୦୧ରେ ଦକ୍ଷିଣ ପ୍ରଶାନ୍ତ ମହାସାଗରକୁ ଖସାଇ ଦିଆଯାଇଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories