ପୃଥିବୀକୁ ରକ୍ଷା କରିବ ନାସା ବିମାନ
ଆମେରିକାର ମହାକାଶ ସଂସ୍ଥା ନାସାର ବରିଷ୍ଠ ବୈଜ୍ଞାନିକମାନେ ଏକ ନୂତନ ବିମାନର ଡିଜାଇନ୍ ପରେ ପ୍ରକାଶ କରିଛନ୍ତି, ସେମାନଙ୍କ ଆଶା ଯେ ଏହି ବିମାନ ‘ପୃଥିବୀବାସୀଙ୍କୁ ପ୍ରାକୃତିକ ଦୁର୍ବିପାକରୁ ବଞ୍ଚାଇ ପାରିବ’। ଏହାର ନାମ ‘ଏକ୍ସ-୬୬ଏ’ ରଖାଯାଇଛି ଓ ଏଥିପାଇଁ ନାସା ଓ ବୋଇଂ ମଧ୍ୟରେ ୬୫୦ ନିୟୁତ ଡଲାରର ଏକ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଛି। ବିମାନ ଉତ୍ପାଦନ, ପରୀକ୍ଷଣ ଏବଂ ଉଡ଼ାଣ ପାଇଁ ବୋଇଂ ଦାୟୀ ରହିବ, କିନ୍ତୁ ଏହା ସାଧାରଣ ବ୍ୟବସାୟିକ ବିମାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଏହି ପରୀକ୍ଷଣରେ ଗବେଷକକ ଦଳଙ୍କ ଦ୍ୱାରା ସ୍ଥିର ହୋଇଥିବା ଲମ୍ବା ଏବଂ ପତଳା ଡେଣା ଅନ୍ତର୍ଭୂକ୍ତ କରାଯିବ, ଯାହା ଟ୍ରାନ୍ସୋନିକ୍ ଟ୍ରସ୍-ବ୍ରାସ୍ ୱିଙ୍ଗ୍ ଭାବରେ ଜଣାଯାଏ।
ବାଣିଜ୍ୟିକ ବିମାନର ସ୍ଥାନ ହୋଇପାରେ :
ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଆଶା କରାଯାଉଛି ଯେ ଆଗାମୀ କିଛି ବର୍ଷରେ ଏକ୍ସ- ବିମାନ ଆଜିର ବାଣିଜ୍ୟିକ ବିମାନଗୁଡ଼ିକ ସ୍ଥାନ ନେବ। ନାସା ମୁଖ୍ୟ ଅଧିକାରୀ ବିଲ୍ ନେଲସନ କହିଛନ୍ତି ଯେ ଆମର ଆଖି କେବଳ ତାରା ଓ ମହାକାଶ ଉପରେ ନାହିଁ, ବରଂ ଆକାଶମାର୍ଗ ଉପରେ ମଧ୍ୟ ରହିଛି। ସେ କହିଛନ୍ତି ଯେ ଏକ୍ସ-୬୬ଏ ବିମାନ ଚଳାଚଳ ହେଲେ ଏକ ସୁନ୍ଦର ଭବିଷ୍ୟତ ଗଠନରେ ସାହାଯ୍ୟ କରିବ।
୩୦ ପ୍ରତିଶତ କମ୍ ଇନ୍ଧନ ଖର୍ଚ୍ଚ:
ଏକ୍ସ-ପ୍ଲେନର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଥିରେ ବ୍ୟବହୃତ ଡିଜାଇନ୍ ଏବଂ ଜ୍ଞାନକେକୗଶଳ ପରୀକ୍ଷା କରିବ, ଯାହା ଅନ୍ୟ ବିମାନର ଡିଜାଇନରେ ବି ପ୍ରୟୋଗ କରାଯାଇପାରିବ। ଏହି ବିମାନ ସାମ୍ପ୍ରତିକ ସମୟର ଉଚ୍ଚ ଦକ୍ଷତାପୂର୍ଣ୍ଣ ବିମାନ ତୁଳନାରେ ୩୦ ପ୍ରତିଶତ କମ୍ ଇନ୍ଧନ ବ୍ୟବହାର କରିବ । ସବୁଠୁ ମୁଖ୍ୟ କଥା ଯେ କୌଣସି ପ୍ରାକୃତି ଦୁର୍ବିପାକରେ ଏହି ବିମାନକୁ କୌଣସି କ୍ଷତି ନ ପହଞ୍ଚି ସେ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇପାରିବ।
Comments are closed.