www.samajalive.in
Sunday, December 14, 2025
19.1 C
Bhubaneswar

ସଂସଦର ଆଦେଶ ମିଳିଲେ ପିଓକେ ଆମର ହେବ: ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ସଂସଦର ଆଦେଶ ମିଳିଲେ, ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଭାରତର ହେବ। ଶନିବାର ଏଭଳି ମନ୍ତବ୍ୟ ଦେଇଛନ୍ତି ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରୱାଣେ। ଦିଲ୍ଲୀରେ ନରୱାଣେ ପ୍ରଥମ ଥର ଲାଗି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏଥିରେ ସେ କହିଥିଲେ ଯେ, ଆଗାମୀ ଦିନରେ ସେନାରେ ଗୁଣବତ୍ତା ଉପରେ ଧ୍ୟାନ ଦିଆଯିବ, ତାହା ସେନା ପାଇଁ ଉପକରଣ କିଣା ହେଉ ଅଥବା ଯବାନଙ୍କ ନିଯୁକ୍ତି। ଆମକୁ ଭବିଷ୍ୟତ ପାଇଁ ଯବାନଙ୍କୁ ପ୍ରଶିକ୍ଷଣ ଦେଇ ପ୍ରସ୍ତୁତ ରଖିବାକୁ ହେବ। ପୂର୍ବ ତୁଳନାରେ ଆଜି ସେନା ଉତ୍ତମ ଭାବେ ପ୍ରସ୍ତୁତ ରହିଛି।

ରାଜନୈତିକ ନେତୃତ୍ବ ଦ୍ବାରା ପିଓକେକୁ ଭାରତରେ ସାମିଲ କରିବା ସମ୍ପର୍କିତ ଏକ ମନ୍ତବ୍ୟ ଉପରେ ସେନାଧ୍ୟକ୍ଷ କହିଥିଲେ ଯେ, ଏହା ଏକ ସଂସଦୀୟ ସଙ୍କଳ୍ପ ଯେ ସମ୍ପୂର୍ଣ୍ଣ ଜାମ୍ମୁ-କାଶ୍ମୀର ଭାରତର ଅଂଶ। ଯଦି ସଂସଦ ଏହା ଚାହିଁବ, ତେବେ ପିଓକେ ବି ଭାରତରେ ​ହେବା ଉଚିତ। ଯେତେବେଳେ ଆମକୁ ଏ ନେଇ କୌଣସି ଆଦେଶ ମିଳିବ, ତେବେ ଆମେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

- Advertisement -

ଏହା ବ୍ୟତୀତ ନରୱାଣେ ଆହୁରି କହିଥିଲେ ଯେ, ଚିଫ୍‌ ଅଫ ଡିଫେନ୍ସ ଷ୍ଟାଫ୍‌(ସିଡିଏସ)ର ଗଠନ ଏକ ବହୁତ ବଡ଼ ପଦକ୍ଷେପ। ସିଡିଏସକୁ ସଫଳ କରିବା ଲାଗି ମୁଁ ନିଜ ଆଡୁ ସମସ୍ତ ପ୍ରକାର ପ୍ରୟାସ କରିବି। ସେନା ହିସାବରେ ଆମେ ଭାରତର ସମ୍ବିଧାନ ପ୍ରତି ନିଷ୍ଠା ରଖିବାକୁ ଶପଥ ନେଇଥାଉ ଏବଂ ଏହା ଆମକୁ ଆମ କାର୍ଯ୍ୟ ପ୍ରତି ମାର୍ଗଦର୍ଶନ କରିଥାଏ। ଅନ୍ୟପଟେ ଚୀନ ଦ୍ବାରା ଉତ୍ତରାଞ୍ଚଳ ସୀମାବର୍ତ୍ତୀ ଅଞ୍ଚଳରେ କରାଯାଉଥିବା ସୈନ୍ୟ ବିସ୍ତାରକୁ ନେଇ ନରୱାଣେ କହିଥିଲେ ଯେ, ଉତ୍ତରାଞ୍ଚଳ ସୀମାରେ ଉପୁଜୁଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories