www.samajalive.in
Saturday, December 6, 2025
26.1 C
Bhubaneswar

ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗରେ ୨ ଗିରଫ

ନର୍ଲା : ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଘଟଣାକ୍ରମେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବାଲିସିଙ୍ଗା ପଞ୍ଚାୟତ ଅଧିନସ୍ଥ ବୋରିଙ୍ଗ ପଦର ଗ୍ରାମର ବାସିନ୍ଦା ଡମ୍ବରୂଧର ଗଡତିଆଙ୍କ ଅଭିଯୋଗ ଅନୁଯାୟୀ ଗତ ୧୧ ତାରିଖରେ କେହି ଜଣେ ଦୁର୍ବୁତ୍ତ ତାଙ୍କୁ ରାତି ୮ଟା ୩୦ ମିନିଟରେ ୯୩୩୭୯୭୨୪୦୬ ନମ୍ବରରୁ କଲ କରି ନିଜକୁ ମାଓବାଦୀ ପରିଚୟ ଦେଇ ୩ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଏହାପରେ ଡମ୍ବରୁ ଗତ ୧୨ ତାରିଖରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଜଣାପଡିଥିଲା କଲ୍ ଆସିଥିବା ନମ୍ବରଟି ଜଣେ ଶିକ୍ଷକଙ୍କର ଓ ସେ ତାଙ୍କ ମୋବାଇଲକୁ ଆଗରୁ ହଜେଇଥିଲେ । ଉକ୍ତ ମୋବାଇଲକୁ ପାଇଥିଲେ କୁରମେଲ୍ ପଞ୍ଚାୟତର କିଲବେଡା ଗ୍ରାମର ମଳୟ ପଧାନ । ଏହି ନମ୍ବରକୁ ବ୍ୟବହାର କରି ବୋରିଙ୍ଗ ପଦର ଗ୍ରାମର ରାଜେନ୍ଦ୍ର ପଧାନ ଡମ୍ବରୁଧରକଙ୍କୁ ୩ ଲକ୍ଷ ଦାବୀ କରିଥିଲେ । ତେବେ ଡମ୍ବରୁ ଓ ରାଜେନ୍ଦ୍ର ମଧ୍ୟରେ ଆଗରୁ ଶତ୍ରୁତା ଥିବା ତଦନ୍ତକାରୀ ଅଧିକାରୀ ଗଙ୍ଗାଧର ମେହେର ଜଣାଇଛନ୍ତି । ଏହାପରେ ପୁଲିସ ନିଜର ଜାଲ ବିଛାଇଥିଲା । କୌଶଳ କ୍ରମେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲା ନର୍ଲା ପୁଲିସ । ଧରା ପଡିବା ପରେ ସତକୁ ମାନିଥିବା ପୁଲିସ ପ୍ରକାଶ କରିଛି । ଅନେକ ସମୟରେ ସାଇବର୍ ଅପରାଧ ଘଟୁଥିବା ବେଳେ ଓ ଏଥିପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡୁଥିବା ବେଳେ ଏହି ଘଟଣାରେ ଆଇଆଇସି ଅଭିଯୁକ୍ତଙ୍କୁ ଧରିବା ନର୍ଲା ପାଇଁ ବଡ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କେସ୍ ନମ୍ବର ୬୧/୨୦୨୩,ଦଫା ୩୮୪,୨୦୧ ଓ ୩୪ ଆଇପିସିରେ ଦୁଇ ଅଭିଯୁକ୍ତ ରାଜେନ୍ଦ୍ର ଓ ମଳୟକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ୪ଟି ମୋବାଇଲ୍ ଜଵତ ହୋଇଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories