www.samajalive.in
Saturday, December 6, 2025
26.1 C
Bhubaneswar

ନିଆଁ ଲିଭାଇବାରେ ବନବିଭାଗ ନାକେଦମ୍

ଫୁଲବାଣୀ: ଫୁଲବାଣୀ ବନଖଣ୍ଡ ଅଧିନ ଫୁଲବାଣୀ ବନାଞ୍ଚଳର ବିଶିପଡା ସେକ୍ସନ ଅନ୍ତର୍ଗତ ଗୁମାଗଡ଼ ବିଟ୍‌ର ଚାଞ୍ଚରାପାଲି ଜଙ୍ଗଲ ଏବଂ ଗୁମାଗଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିବା ଖବର ପାଇ ବିଶିପଡା ସେକ୍ସନ ଫରେଷ୍ଟର ମୋନାଲିସା ପଣ୍ଡାଙ୍କ ନେତୃତ୍ୱରେ ୪ଜଣିଆ ଟିମ୍ ମିଶି ଲାଗିଥିବା ଜଙ୍ଗଲ ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ବ୍ୟାପକ ଜନ ସଚେତନତା ସତ୍ତ୍ବେ ଜଙ୍ଗଲରେ ନିଆଁ ଲାଗୁଛି କିପରି ? ଏଣୁ ଅଧିକ ସଚେତନତାର ଆବଶ୍ୟକତା ରହିଛି ନିଶ୍ଚୟ। ବିଶିପଡା ସେକ୍ସନରେ ନୂତନ ଫରେଷ୍ଟର ଭାବେ ଯୋଗଦେଇଥିବା ମୋନାଲିସା ପଣ୍ଡା ବିଶେଷ କରି ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲରେ ନିଆଁ ଯେପରି ନ ଲାଗିବ ସେ ଦିଗରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବା ଦେଖାଯାଉଛି। ସେହିପରି ବନ ବିଭାଗ ପକ୍ଷରୁ ହାତକୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯେପରି ଲୋକେ ସୁଫଳ ପାଇବେ ଓ ଆତ୍ମନିର୍ଭରଶୀଳ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥିପାଇଁ ଫରେଷ୍ଟର ପଣ୍ଡା ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରୁଥିବାରୁ ଲୋକେ ଖୁସି ଅନୁଭବ କରୁଥିବା ଦେଖାଯାଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories