www.samajalive.in
Saturday, December 6, 2025
19.1 C
Bhubaneswar

ନା ଶୁଣିଲା ପ୍ରଶାସନ ନା ପଞ୍ଚାୟତ; ପୋଖରୀ ଦଳ ସଫା କଲେ ଗ୍ରାମବାସୀ

ରେଙ୍ଗାଲି: ରେଙ୍ଗାଲି ବ୍ଲକ ଲଇଡା ଗ୍ରାମପଞ୍ଚାୟତର ରଙ୍ଗଟିକ୍ରା ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଏକ ମାତ୍ର ପୋଖରୀ ହେଉଛି ଶୀତଳବନ୍ଧ। ଏହି ପୋଖରୀର ପଙ୍କୋଦ୍ଧାର ପାଇଁ ଜିଲା ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବର୍ଷ ବର୍ଷ ଧରି ଗ୍ରାମବାସୀ ଅନୁରୋଧ କଲେ, କିନ୍ତୁ କେହି ଶୁଣିଲେ ନାହିଁ । ଏପରିକି ପଞ୍ଚାୟତ ନିର୍ବାଚନ ସମୟରେ ପଙ୍କୋଦ୍ଧାରର ପ୍ରତିଶ୍ରୁତି ଦେଇଥିବା ବିଜୟୀ ସରପଞ୍ଚ ମଧ୍ୟ ତାଙ୍କ ପ୍ରତିଶ୍ରୁତି ଭୁଲିଗଲେ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ରେଙ୍ଗାଲି ବିଧାୟକ ନାଉରୀ ନାଏକ ରଙ୍ଗଟିକ୍ରା ଗ୍ରାମକୁ ଆସିଥିବା ବେଳେ ଶୀତଳବନ୍ଧର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ ବୋଲି କୁହନ୍ତି ଗ୍ରାମବାସୀ। ସବୁ ଆଡୁ ନିରାଶ ହେଲାପରେ ଗ୍ରାମବାସୀ ଏକଜୁଟ ହୋଇ ପୋଖରୀରେ ଥିବା ଦଳ, ଅନାବନା ଘାସ ଓ ଅମରି ଗଛର ଜଙ୍ଗଲ ସଫା କରିଥିବାର ଦେଖିବାକୁ ମିଳିଛି। ଏକ ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଥିବା ଶୀତଳବନ୍ଧର ଗତ ଦୁଇ ଦଶନ୍ଧି ହେଲା ପଙ୍କୋଦ୍ଧାର ହୋଇନାହିଁ ବୋଲି ଗ୍ରାମବାସୀଙ୍କଠାରୁ ପ୍ରକାଶ। ଫଳରେ ପୋଖରୀ ପଙ୍କପୂର୍ଣ୍ଣ ହେବା ସହିତ ଦଳ ଏବଂ ଅନାବନା ଘାସବୁଦାରେ ଭର୍ତ୍ତି ହୋଇ ଅମରି ଗଛର ଜଙ୍ଗଲରେ ଆଚ୍ଛାଦିତ ହୋଇ ପାଣି ଦୂଷିତ ହୋଇପଡିଛି। ଗାଧୋଇବା ପାଇଁ ଅନ୍ୟ ବିକଳ୍ପ ନଥିବାରୁ ଲୋକେ ଦୂଷିତ ପାଣିରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି। ଦୂଷିତ ପାଣିରେ ଗାଧୋଇବା ଫଳରେ ନାନା ପ୍ରକାର ଚର୍ମରୋଗ ଓ ସଂକ୍ରାମକ ରୋଗରେ ଲୋକେ ପୀଡିତ ହେଉଛନ୍ତି। ଶୀତଳବନ୍ଧର ଏଭଳି ଦୟନୀୟ ଅବସ୍ଥାର ପ୍ରତିକାର କରିବାରେ ପ୍ରଶାସନ ଉଦାସୀନ ରହିବାରୁ ଗ୍ରାମର ବିଶ୍ବନାଥ ପଟେଲ, ନିଳାଞ୍ଚଳ ତିୱାରୀ, ରାଜକୁମାର ପଟେଲ, ସୁବୋଧ ଭୋଇ, ନରେଶ ଧୁରୁଆ, କ୍ଷମାନିଧି କୁମୁରା, ବେଣୁଧର ଭୋଇ, ପଦନାଭ ଧୁରୁଆ, ପ୍ରମୋଦ ପସାୟତ ପ୍ରମୁଖଙ୍କ ନେତୃତ୍ବରେ ଗ୍ରାମର ୪୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ଏକତ୍ରିତ ହୋଇ ପୋଖରୀରେ ଥିବା ଦଳ ଏବଂ ଅମରି ଗଛର ଜଙ୍ଗଲକୁ ଦିନ ସାରା ପରିଶ୍ରମ କରି ସଫା କରିଥିବା ଦେଖାଯାଇଛି। ଏହି ପୋଖରୀର ପାଣି ଦୂଷିତ ହୋଇଯାଇଥିବାରୁ ଏହାକୁ ବିଶୋଧନର ବ୍ୟବସ୍ଥା କରାଯିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ପ୍ରକାଶ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories