ନର୍ଲା : ନର୍ଲା ବ୍ଲକ୍ ଅନ୍ତର୍ଗତ ଉଲିକୁପା ଗ୍ରାମର ନିକଟସ୍ଥ ମେଦାଖୋଲା ଜଙ୍ଗଲରୁ ଏକ ଦନ୍ତା ବାର୍ହା ଆଜି ବିଲରେ ଚାଷ କରୁଥିବା ସମୟରେ ହଠାତ ସେଠାକୁ ଚାଲି ଆସିଥିଲା। ସେଠାରେ ଚାଷ କରୁଥିବା ସହଦେବ ମହାନନ୍ଦଙ୍କ ଦୁଇଟି ଗୋଡ଼କୁ ଆକ୍ରମଣ କରିଥିଲା। ଏହାପରେ ପାଖରେ ଚାଷ କାମ କରୁଥିବା ମୂନ୍ ସିଂ ଝାଙ୍କରଙ୍କ ହାତରେ ବାର୍ହାଟି ଆକ୍ରମଣ କରିଥିଲା। ସେହିପରି ସେଠାରେ ଥିବା ପୂର୍ବ ମହାନନ୍ଦଙ୍କ ଆଙ୍ଗୁଠିରେ ଆକ୍ରମଣ କରିଥିଲା। ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ତିନିଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାର ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା।
Popular Categories



