www.samajalive.in
Saturday, December 6, 2025
23.1 C
Bhubaneswar

ଓଜନ କମ୍‌ କରୁଛନ୍ତି ନର୍ଗିସ୍

ମୁମ୍ବଇ : ୩୯ ବର୍ଷୀୟା ନର୍ଗିସ୍ ଫକ୍ରି ଏଇ କିଛିଦିନ ତଳେ ନିଜର ଏକ ଫଟୋ ସୋସିଆଲ ସାଇଟ୍‌ରେ ଅପଲୋଡ କରିଛନ୍ତି। କଳାକାର ହେବା ନିତାନ୍ତ ସୌଭାଗ୍ୟର କଥା, କିନ୍ତୁ ବିଭିନ୍ନ ପରିସ୍ଥିତିରେ ଦର୍ଶକଙ୍କ ପାଇଁ ଚ୍ୟାଲେଞ୍ଜ୍‌ ନେବାକୁ ପଡ଼ିଥାଏ ବୋଲି ତାଙ୍କ ମତ। ନର୍ଗିସ୍‌ ଓ ତାଙ୍କ ଘନିଷ୍ଠ ବନ୍ଧୁ ଉଦୟ ଚୋପ୍ରାଙ୍କର କୌଣସି ପ୍ରସଙ୍ଗରେ ବଚସା ଖବରଟିର ଖୁବ୍ ଚର୍ଚ୍ଚା ହୋଇଥିଲା। ଏଇ ଘଟଣା ପରେ ନର୍ଗିସ୍ କିଛି ମାସ ପାଇଁ ଲଣ୍ଡନ ପଳାଇ ଯାଇଥିଲେ। ପରେ ପୁଣି ନିଜ ଆଗାମୀ ଚଳଚ୍ଚିତ୍ର ‘ଅମାବାସ’ର ସୁଟିଂ ଶେଷ କରିବାକୁ ମୁମ୍ବଇ ଆସିଥିଲେ। ସେଇ ସମୟରେ ନର୍ଗିସ୍ ଗଣମାଧ୍ୟମଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିଲେ। ଏହା ପଛର କାରଣ ଥିଲା ତାଙ୍କର ଓଜନ ଅହେତୁକ ଭାବେ ବୃଦ୍ଧି ପାଇଥିଲା। ୮୦କିଲୋରେ ପହଞ୍ଚିଥିଲେ ନର୍ଗିସ୍। ଖୁବ୍ କସରତ କରି ଗତ ଦେଢ଼ ବର୍ଷ ମଧ୍ୟରେ ନର୍ଗିସ୍ ନିଜ ଓଜନ କମାଇ ଏବେ ୫୮ କିଲୋରେ ପହଞ୍ଚିଛନ୍ତି। ଉଦୟଙ୍କ ସହ ସମ୍ପର୍କ ଛିନ୍ନ ହେବା ପରେ ଭାଙ୍ଗିପଡ଼ିଥିଲେ ଏଇ ସୁନ୍ଦରୀ ଅଭିନେତ୍ରୀ। ଏବେ ପୁଣି ଅଭିନୟ ଜଗତରେ ନିଜ ସ୍ଥିତିକୁ ଦୃଢ଼ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନର୍ଗିସ୍।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories