www.samajalive.in
Saturday, December 6, 2025
26.1 C
Bhubaneswar

୨ୟ ସୁପର କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଜି ବେଙ୍ଗାଲୁରୁ-ଚେନ୍ନଇ କ୍ବାର୍ଟରଫାଇନାଲ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨ୟ ସୁପର କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର କ୍ବାର୍ଟରଫାଇନାଲ ପର୍ଯ୍ୟାୟ ଗୁରୁବାରଠାରୁ ଆରମ୍ଭହେବ। ପ୍ରଥମ କ୍ବାର୍ଟରଫାଇନାଲ ଆଇ-ଲିଗ୍‌ ଚମ୍ପିଆନ ଚେନ୍ନଇ ସିଟି ଏଫ୍‌ସି ଓ ଆଇଏସ୍‌ଲ ଚମ୍ପିଆନ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଜିତି ସେମିଫାଇନାଲ ଖେଳିବା ଲକ୍ଷ୍ୟରେ ଦୁଇ ଦଳ ବୁଧବାର ଅଭ୍ୟାସ କରିବା ସହିତ ରଣନୀତି ଚୂଡାନ୍ତ କରିଛନ୍ତି।
ସୁନୀଲ ଛେତ୍ରୀଙ୍କ ନେତୃତାଧୀନ ଗତଥରର ଚମ୍ପିଆନ ବେଙ୍ଗାଲୁରୁ ଏଫ୍‌ସି ଚଳିତ ଆଇଏସ୍‌ଲରେ ଚମତ୍କାର ପ୍ରଦର୍ଶନ କରି ଚମ୍ପିଆନ ହୋଇ ସିଧାସଳଖ ସୁପର କପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ପ୍ରିକ୍ବାର୍ଟରଫାଇନାଲ ମ୍ୟାଚରେ ମୋହନ ବାଗାନ ବିପକ୍ଷରେ ୱାକଓଭର ପାଇ ଏହା କ୍ବାର୍ଟରଫାଇନାଲକୁ ଉନ୍ନୀତ ​‌େ‌ହାଇଛି। ଚେନ୍ନଇ ସିଟି ଆଇ-ଲିଗ୍‌ ଚମ୍ପିଆନ ହୋଇଛି। ଆମକୁ ମ୍ୟାଚରେ ସତର୍କତାର ସହିତ ଖେଳିବାକୁ ପଡ଼ିବ ବୋଲି ବେଙ୍ଗାଲୁରୁ ଏଫ୍‌ସି ପ୍ରଶିକ୍ଷକ କାଲୋର୍ସ କାଡ୍ରାଟ୍‌ କହିଛନ୍ତି। ସେହିପରି ଆଇ-ଲିଗ୍‌ ଚମ୍ପିଆନ ଚେନ୍ନଇ ସିଟି ଏଫ୍‌ସି ପ୍ରିକ୍ବାର୍ଟରଫାଇନାଲରେ ୪-୨ ଗୋଲରେ ଏଫ୍‌ସି ପୁଣେ ସିଟିକୁ ପରାସ୍ତକରି କ୍ବାର୍ଟରଫାଇନାଲକୁ ଉନ୍ନୀତ ହୋଇଛି। ଦଳ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତକରି ସେମିଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି। କୋଚ ନୱାଜ ଆକବର କୁହନ୍ତି, ବେଙ୍ଗାଲୁରୁ ଏଫ୍‌ସି ଗତବର୍ଷର ଚମ୍ପିଆନ ରହିଥିବା ବେଳେ ପ୍ରତିଯୋଗିତାର ଅନ୍ୟତମ ଶ୍ରେଷ୍ଠ ଦଳର ମାନ୍ୟତା ପାଇଛି। ଆଇ-ଲିଗ୍‌ ଚମ୍ପିଆନ ହେବା ପରେ ଆମ ଖେଳାଳିଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟିହୋଇଛି। ପ୍ରିକ୍ବାର୍ଟରରେ ଆମେ ଏଫ୍‌ସି ପୁଣେ ସିଟିକୁ ପରାସ୍ତ କରିଛୁ। ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରି ସେମିଫାଇନାଲ ଖେଳିବା ଆମର ପ୍ରଥମ ଲକ୍ଷ୍ୟ ରହିଛି। ବେଙ୍ଗାଲୁରୁ ଏଫ୍‌ସି ଓ ଚେନ୍ନଇ ସିଟି ଏଫ୍‌ସି ମଧ୍ୟରେ ପ୍ରଥମ କ୍ବାର୍ଟରଫାଇନ‌ାଲ ମ୍ୟାଚ୍ ଗୁରୁବାର ରାତି ୮ଟା୩୦ରୁ ଆରମ୍ଭ ହେବ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories