www.samajalive.in
Saturday, December 6, 2025
26.1 C
Bhubaneswar

ଚେନ୍ନଇର ପ୍ରଥମ ପରାଜୟ; ମୁମ୍ବଇର ୨ୟ ବିଜୟ

ମୁମ୍ବଇ : ବୁଧବାର ଆଇପିଏଲ୍‌ରେ ବିଜୟୀ ହୋଇଛି ମୁମ୍ବଇ ଇଣ୍ଡିଆନ୍‌ସ। ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ୩୭ ରନ୍‌ରେ ହରାଇ ୪ର୍ଥ ମ୍ୟାଚ୍‌ରେ ମୁମ୍ବଇ ୨ୟ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ପରେ ହାର୍ଦିକ ପାଣ୍ଡ୍ୟା ଓ କୈରନ୍ ପୋଲାର୍ଡଙ୍କ ବିସ୍ଫୋରକ ଇନିଂସ ବଳରେ ମୁମ୍ବଇ ଇଣ୍ଡିଆନ୍‌ସ ୫ ୱିକେଟରେ ୧୭୦ ରନ୍ କରିଥିଲା। ପରେ କେଦାର ଯାଦବଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଚେନ୍ନଇ ୮ ୱିକେଟରେ ୧୩୩ ରନ୍ କରି ପାରିଥିଲା। ୪ର୍ଥ ମ୍ୟାଚ୍‌ରେ ଏହା ସିଏସ୍‌କେର ପ୍ରଥମ ପରାଜୟ।
୧୭୧ ରନ୍ ଲକ୍ଷ୍ୟରେ ଚେନ୍ନଇ ବିପର୍ଯ୍ୟୟ ସହ ତା’ର ଇନିଂସ ଆରମ୍ଭ କରିଥିଲା। ମାତ୍ର ୬ ରନ୍‌ରେ ଦୁଇ ଓପ୍‌ନର ଆଉଟ ହୋଇ ଯାଇଥିଲେ। ଅମ୍ବତି ରାୟୁଡୁ ବିନା ସ୍କୋର୍‌ରେ ଏବଂ ସେନ୍ ୱାଟ୍‌ସନ ୫ ରନ୍‌କରି ବିଦାୟ ନେଇଥିଲେ। କୈରନ୍ ପୋଲାର୍ଡଙ୍କ ଦର୍ଶନୀୟ କ୍ୟାଚ୍‌ରେ ସୁରେଶ ରୈନା ୧୫ ବଲ୍‌ରୁ ୧୬ ରନ୍‌କରି ଆଉଟ ହୋଇଥିଲେ। ପରେ କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନି ଧିରେସୁସ୍ଥେ ସ୍କୋର୍‌କୁ ଆଗେଇ ନେଇଥିଲେ। ୬ ଓଭରରୁ ୮୪ ରନ୍ ଆବଶ୍ୟକ ଥିବା ବେଳେ ଅଧିନାୟକ ଧୋନି ୨୧ ବଲ୍‌ରୁ ୧୨ ରନ୍‌କରି ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡ଼େଜା ମାତ୍ର ୧ ରନ୍‌ କରି ପାରିଥିଲେ। ୧୮ଶ ଓଭରରେ କେଦାର ଓ ଡ୍ବେନ୍ ବ୍ରାଭୋ ଆଉଟ ହେବାରୁ ଚେନ୍ନଇ ପରାଜୟ ସ୍ବୀକାର କରିଥିଲା। ବ୍ରାଭୋ ୮ ଏବଂ କେଦାର ୫୪ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୫୮ ରନ୍ କରିଥିଲେ। ହାର୍ଦିକ ପାଣ୍ଡ୍ୟା ଓ ଲାସିଥ୍ ମାଲିଙ୍ଗା ୩ଟି ଲେଖାଏଁ ଏବଂ ଜେସନ୍ ବେହେରନ୍‌ଡର୍ଫ ୨ଟି ୱିକେଟ ନେଇଥିଲେ। ହାର୍ଦିକ ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ଫିଲ୍‌ଡିଂ ନେବା ପରେ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ୧୪ ଓଭରରେ ୮୨ ରନ୍ କରିଥିବା ବେଳେ ଶେଷ ୬ ଓଭରରେ ବିସ୍ଫୋରକ ବ୍ୟାଟିଂକରି ୮୮ ରନ୍ ଯୋଡ଼ିଥିଲା। ପ୍ରଥମେ ଏହା କ୍ବିଣ୍ଟନ ଡି କକ୍ (୪)ଙ୍କ ୱିକେଟ ହରାଇଥିଲା। ଅଧିନାୟକ ରୋହିତ ଶର୍ମା ୧୩ ଓ ଯୁବରାଜ ସିଂହ ୪ ରନ୍ କରିଥିଲେ। ସୂର୍ଯ୍ୟକୁମାର ଯାଦବ ଓ କ୍ରୁନାଲ ପାଣ୍ଡ୍ୟା ୪ର୍ଥ ୱିକେଟ ପାଇଁ ୬୨ ରନ୍ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୪୩ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୫୯ ରନ୍ କରିଥିଲେ। କ୍ରୁନାଲ ୩୨ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୨ ରନ୍ କରିଥିଲେ। ୧୮ ଓଭରରେ ମୁମ୍ବଇ ୧୨୫ ରନ୍ କରିଥିବା ବେଳେ ହାର୍ଦିକ ପାଣ୍ଡ୍ୟା ଓ କୈରନ୍ ପୋଲାର୍ଡଙ୍କ ପ୍ରହାର ଯୋଗୁଁ ଶେଷ ୨ ଓଭରରୁ ମୁମ୍ବଇ ୪୫ ରନ୍ ନେଇ ପାରିଥିଲା। ୧୯ଶ ଓଭରରେ ୧୬ ଏବଂ ଶେଷ ଓଭରରେ ୨୯ ରନ୍ ହୋଇଥିଲା। ପୋଲାର୍ଡ ୭ ବଲ୍‌ରୁ ୨ଟି ଛକା ସହ ୧୭ ଏବଂ ହାର୍ଦିକ ୮ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୫ ରନ୍‌କରି ଅପରାଜିତ ଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories