ନରସିଂହପୁର ପୂର୍ବତନ ବନାଞ୍ଚଳ ଅଧିକାରୀ ବିଭୁରଞ୍ଜନ ନିଲମ୍ବିତ

ନରସିଂହପୁର: ନରସିଂହପୁର ବନାଞ୍ଚଳରେ ପୂର୍ବରୁ ପୂର୍ବ ବନାଞ୍ଚଳର ଅଧିିକାରୀ ଭାବେ କାର୍ଯ୍ୟ କରୁଥିବା ବିଭୁ ରଞ୍ଜନ ରାୟଙ୍କୁ ଗୁରୁବାର ଚାକିରୀରୁ ନିଲମ୍ବିତ କରିଛି ବନ ବିଭାଗ। ସୂଚନାରୁ ପ୍ରକାଶ ଯେ କିଛି ବର୍ଷ ପୂର୍ବରୁ ପୂର୍ବତନ ବନାଞ୍ଚଳ ଅଧିକାରୀ ବିଭୁରଞ୍ଜନଙ୍କ ନାମରେ ବିଭାଗୀୟ କାର୍ଯ୍ୟରେ ତୃଟି ଯୋଗୁ ତାଙ୍କ ନାମରେ ବିଭାଗୀୟ ପକ୍ଷରୁ ବିଭିନ୍ନ ମାମଲା ରହିଥିବା ସହିତ ନରସିଂହପୁର ବନାଞ୍ଚଳରେ ଚାରା ରୋପଣ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ଅତ୍ମସାତ ଅଭିଯୋଗରେ ତାଙ୍କୁ ପିସିସିଏଫ ୱାଇଲଡ ଲାଇଫ ଭୂବନେଶ୍ୱର ପକ୍ଷରୁ କାର୍ଯ୍ୟରୁ ନିଲମ୍ବିତ ପାଇଁ ଅଦେଶ ରହିଥିବା ଆଠଗଡ଼ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କ ସୂଚନାରୁ ପ୍ରକାଶ।

Comments are closed.