www.samajalive.in
Saturday, December 6, 2025
26.1 C
Bhubaneswar

ଶୁଭ ଫଳ ପାଇଁ ରାଶି ଅନୁଯାୟୀ ରଖନ୍ତୁ ରୁମାଲ

ରୁମାଲ ଏକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଅଟେ। ରୁମାଲ ଆମର ଅନେକ କାର୍ଯ୍ୟରେ ଲାଗିଥାଏ। ରୁମାଲକୁ ଦୁଇ ତିନିରୁ ଅଧିକ ଦିନ ପର୍ଯ୍ୟନ୍ତ ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣ ରୋଗର ଶିକାର ହୋଇଥାଆନ୍ତି। ରୁମାଲକୁ ଅଧିକ ଦିନ ବ୍ୟବହାର କରିବା ଦ୍ବାରା ସେଥିରେ ବ୍ୟାକ୍ଟେରିଆ ଲାଗି ରୁହନ୍ତି। ତାହାକୁ ଆମେ ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ରାଶି ହିସାବରେ ଅନେକ ରୁମାଲ ବ୍ୟବହାର କରିଥାଆନ୍ତି। ଏହା ଅନେକ ଶୁଭ ଫଳ ପ୍ରଦାନ କରିଥାଏ। ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ରଙ୍ଗର ରୁମାଲ ବ୍ୟବହାର କରିବା ଉଚିତ ..

- Advertisement -

ମେଷ : ଏହି ରାଶିର ବ୍ୟକ୍ତିମାନେ ଲାଲ କିମ୍ବା ମେରୁନ ରଙ୍ଗର ରୁମାଲ ରଖିବା ଉଚିତ।

ବୃଷ : ବୃଷ ରାଶିର ବ୍ୟକ୍ତିମାନେ ଧଳା କିମ୍ବା ସିଲଭର ରଙ୍ଗର ରୁମାଲ ରଖିବା ଶୁଭ ହୋଇଥାଏ।

ମିଥୁନ : ଏହି ରାଶିର ବ୍ୟକ୍ତିମାନେ ସବୁଜ କିମ୍ବା କଳା ରଙ୍ଗର ରୁମାଲ ରଖିବା ଉଚିତ।

କର୍କଟ : କର୍କଟ ରାଶିର ବ୍ୟକ୍ତି ଧଳା କିମ୍ବା କ୍ରିମ୍ ରଙ୍ଗର ରୁମାଲ ରଖି ପାରିବେ।

ସିଂହ : ଏହି ରାଶିର ବ୍ୟକ୍ତିମାନେ ଲାଲ କିମ୍ବା ଚକୋଲେଟ ରଙ୍ଗର ରୁମାଲ ରଖିବା ଶୁଭ ହୋଇଥାଏ।

କନ୍ୟା : କନ୍ୟା ରାଶିର ବ୍ୟକ୍ତି ହଳଦିଆ କିମ୍ବା କଳା ରଙ୍ଗର ରୁମାଲ ବ୍ୟବହାର କରିବା ଉଚିତ।

ତୁଳା : ଏହି ରାଶିର ବ୍ୟକ୍ତି ଧଳା କିମ୍ବା ସିଲଭର ରଙ୍ଗର ରୁମାଲ ବ୍ୟବହାର କରନ୍ତୁ।

ବିଛା : ଲାଲ ଓ ଚକୋଲେଟ ରଙ୍ଗର ରୁମାଲ ବ୍ୟବହାର କରିବା ଏହି ରାଶି ପାଇଁ ଶୁଭ ହୋଇଥାଏ।

ଧନୁ : ଧନୁ ରାଶି ପାଇଁ ହଳଦିଆ ଓ ଧଳା ରଙ୍ଗର ରୁମାଲ ଅତ୍ୟନ୍ତ ଶୁଭ ହୋଇଥାଏ।

ମକର : ଏହି ରାଶିର ବ୍ୟକ୍ତିମାନେ କଳା ରଙ୍ଗର ରୁମାଲ ବ୍ୟବହାର କରନ୍ତୁ।

କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କଳା ଓ ନୀଳ ରଙ୍ଗର ରୁମାଲ ବ୍ୟବହାର କରିବା ଉଚିତ।

ମୀନ : ମୀନ ରାଶିର ବ୍ୟକ୍ତିମାନେ ଧଳା କିମ୍ବା ହଳଦିଆ ରଙ୍ଗର ରୁମାଲ ବ୍ୟବହାର କରି ପାରିବେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories