www.samajalive.in
Sunday, December 14, 2025
17.1 C
Bhubaneswar

ନନ୍ଦୋତ୍ସବରେ ଗୋପପୁର ପାଲଟିଲା ରାଉତରାପୁର

ଆଠଗଡ :  ଆଠଗଡ ବ୍ଲକର କନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ରାଉତରାପୁର ଓ ନଣ୍ଡାଇଲୋ ଗ୍ରାମ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଅବସରରେ ଗୋପପୁରର ଭ୍ରମ ସୃଷ୍ଟି କରିଥିଲା । ନାଟ୍ୟଗୁରୁ ନନ୍ଦକିଶୋର ସାହୁଙ୍କ ପ୍ରତ୍ୟକ୍ଷ ଉଦ୍ୟମ କ୍ରମେ ଦୀର୍ଘ ୨୦ବର୍ଷ ଧରି ନୀରବଚ୍ଛିନ୍ନ ଭାବେ ରାଉତରାପୁର ଓ ନଣ୍ଡାଇଲୋ ଗ୍ରାମରେ ଶ୍ରୀକୃଷ୍ଣ ଜନ୍ମ ଏବଂ ନନ୍ଦ ଉତ୍ସବ ଏକ ନିଆରା ଢଙ୍ଗରେ ପାଳିତ ହୋଇ ଆସୁଛି । ଗୁରୁବାର ରାଉତରାପୁରରେ ନନ୍ଦ ଉତ୍ସବ ପାଳନ ଅବସରରେ ସ୍ଥାନୀୟ କଳାକାର ଓ ବାଳକ ବାଳିକାମାନେ ନନ୍ଦ ରାଜା, ନନ୍ଦ ରାଣୀ, କୃଷ୍ଣ, ବଳରାମ ଏବଂ ଗୋପାଳ, ଗୋପାଳୁଣି ବେଶ ଧାରଣ କରି ସଂଗୀତ ତାଳେ ତାଳେ ନୃତ୍ୟକରି ରାଉତରାପୁର, ନଣ୍ଡାଇଲୋ ଓ ସମଗ୍ର କନ୍ଦରପୁର ଗ୍ରାମ ପରିକ୍ରମା କରିଥିଲେ। ଏହି ପବିତ୍ରମୟ ବାତାବରଣରେ ମହିଳାମାନେ ନିଜ ନିଜ ଘର ସମ୍ମୁଖରେ ଝୋଟି ପକାଇ କୃଷ୍ଣ ଓ ବଳରାମଙ୍କୁ ବନ୍ଦାପନା କରି ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା । ସମଗ୍ର ଗ୍ରାମ ଗୋପପୁର ପାଲଟି ଯାଇଥିବା ଭଳି ଅନୁମେୟ ହେଉଥିଲା।

- Advertisement -

ନାଟ୍ୟଗୁରୁ ନନ୍ଦ କିଶୋର ସାହୁଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୁଃଖୀଶ୍ୟାମ ନାୟକ କଣ୍ଠଦାନ କରିଥିବାବେଳେ ବାଦ୍ୟ ଯନ୍ତ୍ରରେ ଶରତ ଚନ୍ଦ୍ର ସାହୁ ଓ ଗନ୍ଧର୍ବ ଚନ୍ଦ୍ର ସାହୁ ସହଯୋଗ କରିଥିଲେ। ତ୍ରିଲୋଚନ ଦାସ ନନ୍ଦ ରାଜା, ପ୍ରକାଶ ଚନ୍ଦ୍ର ସାହୁ ନନ୍ଦ ରାଣୀ, ବାଳକ ଦେବେନ୍ଦ୍ର କୁମାର ସାହୁ କୃଷ୍ଣ, ରାହୁଲ କୁମାର ରାଉତ ବଳରାମ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ପୂର୍ବତନ ସମିତିସଭ୍ୟ ମାନସ ସାହୁ, ପ୍ରମୋଦ କୁମାର ରାଉତ, ପର୍ଶୁରାମ ରାଉତ, ବିକ୍ରମ ପରିଡା, ଜଳନ୍ଧର ପରିଡା, ଚନ୍ଦ୍ରମଣି ରାଉତ, ଗଦାଧର ପରିଡା, ଶତୃଘ୍ନ ରାଉତ, ଗୟାଧର ପରିଡା, ଭୁବନାନନ୍ଦ ରାଉତ, ସୁଧାକର ରାଉତ, ପ୍ରସନ୍ନ ରାଉତ, ତ୍ରିଲୋଚନ ନାୟକ ବିକ୍ରମ ରାଉତ ଓ ନରେନ୍ଦ୍ର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories