www.samajalive.in
Sunday, December 14, 2025
19.1 C
Bhubaneswar

ନାଲକୋର ମେକାନାଇଜଡ୍ ସୋଇନଗଟସର ବଜାର ପ୍ରବେଶ

ଭୁବନେଶ୍ଵର : ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼(ନାଲକୋ) ଏହାର ପ୍ରଡକ୍ଟ ପୋର୍ଟଫୋଲିଓକୁ ଅଧିକ ମଜବୁତ ଓ ସୁବିସ୍ତୃତ କରିବା ଜାରି ରଖିଛି । ଅତୀତରେ ‘ସ୍ୱତନ୍ତ୍ର ଗୁଣ ଯୁକ୍ତ ମେକାନାଇଜଡ୍ ସୋଇନଗଟସ୍ (sow ingots)ର’ସଫଳ ପରୀକ୍ଷଣ ପରେ, କମ୍ପାନୀ ଘରୋଇ ବଜାରରେ ଏହି ବହୁମୁଖୀ ଉତ୍ପାଦର ବାଣିଜ୍ୟିକ ବିକ୍ରୟ ଆରମ୍ଭ କରିଛି ।

ନାଲକୋର ଅନଗୁଳ ସ୍ଥିତ ସ୍ମେଲ୍ଟର ପ୍ଲାଣ୍ଟରେଏହି ଉତ୍ପାଦର ପ୍ରଥମ କନସାଇନମେଣ୍ଟ, କମ୍ପାନୀର ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ପ୍ଲାଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମିୟ କୁମାର ସ୍ଵାଇଁଙ୍କ ଦ୍ଵାରା ଶୁଭାରମ୍ଭ ହେବା ପରେ ବଜାରକୁ ପ୍ରେରଣ କରାଯାଇଛି।

- Advertisement -

ଉଲ୍ଲେଖଯୋଗ୍ୟ ଯେ, ନାଲକୋ ଦ୍ଵାରା ପ୍ରସ୍ତୁତ ମେକାନାଇଜଡ୍ ସୋଇନଗଟସ୍ ଖାଦ ମୁକ୍ତ ହୋଇଥିବା ସହ ଏଥିରୁ ପ୍ରସ୍ତୁତ ଉତ୍ପାଦ ଅଧିକ ମସୃଣ ଓ ଗୁଣାତ୍ମକ ହୋଇଥାଏ । ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଥିବା ଏମଏସଏମଇ ଗୁଡ଼ିକ ପାଇଁ ଏହି ଉତ୍ପାଦ ବିଶେଷ ଭାବେ ଲାଭଦାୟକ ହୋଇପାରିବ।

ଏହି ସ୍ୱତନ୍ତ୍ର ମେକାନାଇଜଡ୍ ସୋଇନଗଟସ୍ ଖଣ୍ଡ ପ୍ରତି ୬୫୦ କି.ଗ୍ରା. (+/-୫୦ କି.ଗ୍ରା.) ଓଜନରେ ଉପଲବ୍ଧ ହେଉଛି । ଉଭୟ ଘରୋଇ ତଥା ଆନ୍ତର୍ଜାତୀୟ ବଜାରରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାରେଏହି ଉତ୍ପାଦ ବହୁ ମାତ୍ରାରେ ସହାୟକ ହୋଇପାରିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories