www.samajalive.in
Sunday, December 14, 2025
19.1 C
Bhubaneswar

ଫ୍ରାନ୍ସ ଠାରୁ ୨୬ ରାଫେଲ୍‌ ଯୁଦ୍ଧ ବିମାନ ଓ ୩ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ

ନୂଆଦିଲ୍ଲୀ :  ଫ୍ରାନ୍ସ ଠ।ରୁ ଭାରତ ୨୬ ରାଫେଲ ଯୁଦ୍ଧ ବିମାନ ଓ ୩ଟି ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜ​​‌।ହ।ଜ କିଣିବ । ଗୁରୁବ।ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ନୌସେନା ପାଇଁ ଯୁଦ୍ଧ ବିମାନ ଓ ବୁଡ଼ାଜାହ।ଜ କିଣାଯିବା ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ କରାଯ।ଇଛି । ୨୬ଟି ର।ଫେଲ୍ ଯୁଦ୍ଧ ବିମାନ କିଣିବ। ଲ।ଗି ଆବଶ୍ୟକତ। ମଞ୍ଜୁରି ବ। ଆକସେପ୍ଟ।ନ୍ସ ଅଫ୍ ନେସେସିଟି (ଏଓଏନ)କୁ ଡିଏସିର ମଞ୍ଜୁରି ମିଳିଛି। ରାଫେଲ ଯୁଦ୍ଧବିମାନ ସହିତ ସହାୟକ ଉପକରଣ, ଯୁଦ୍ଧାସ୍ତ୍ର, ସିମୁଲେଟର, ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ କିଣାଯିବ । ସେହିପରି ଫ୍ରାନ୍ସ ସରକ।ରଙ୍କ ପକ୍ଷରୁ ଦସ୍ତାବିଜ ପ୍ରସ୍ତୁତ କରିବା, ଯୁଦ୍ଧବିମାନ ଚାଳନ। ପ।ଇଁ ପ୍ରଶିକ୍ଷଣ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସ ସହାୟତ। ଭ।ରତୀୟ ନୌସେନ।କୁ ଯୋଗାଇ ଦିଆଯିବ। ଏଥିପାଇଁ ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏକ ଆନ୍ତଃ-ସରକ।ରୀ ରାଜିନାମା (ଆଇଜିଏ) ସ୍ୱାକ୍ଷରିତ ହୋଇଛି । ଅନ୍ୟ ଦେଶମାନଙ୍କ ଦ୍ୱାରା ବିକ୍ରି କରାଯାଉଥିବା ସମାନ ଧରଣର ଯୁଦ୍ଧବିମାନର ତୁଳନାତ୍ମକ କ୍ରୟ ମୂଲ୍ୟ ସମେତ ସମସ୍ତ ପ୍ରାସଙ୍ଗିକ ଦିଗକୁ ଧ୍ୟାନରେ ରଖି ଫ୍ରାନ୍ସ ସରକ।ରଙ୍କ ସହିତ ରାଫେଲ ଯୁଦ୍ଧ ବିମାନର ଦର ଏବଂ ଅନ୍ୟ ସର୍ତ୍ତ।ବଳୀକୁ ନେଇ ଆଲୋଚନ। କରାଯିବ । ବିଧିବଦ୍ଧ ଆଲୋଚନ। ପରେ ଭ।ରତରେ ଡିଜ।ଇନ୍ ହୋଇଥିବ। ସରଞ୍ଜାମ ଲଗ।ଇବ। ଏବଂ ବିଭିନ୍ନ ବ୍ୟବସ୍ଥା ପ।ଇଁ ଭାରତରେ ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା (ଏମଆରଓ) କେନ୍ଦ୍ର ପ୍ରତିଷ୍ଠା ଆଦି ପ୍ରସ୍ତ।ବକୁ ଚୁକ୍ତି ଦସ୍ତାବିଜରେ ସାମିଲ କରାଯିବ।
ଅନ୍ୟପକ୍ଷରେ କ୍ରୟ (ଭ।ରତୀୟ) ବର୍ଗରେ ତିନୋଟି ଅତିରିକ୍ତ ସ୍କର୍ପିନ୍ ଶ୍ରେଣୀର ବୁଡ଼।ଜ।ହଜ କିଣିବା ଲ।ଗି ଏଓଏନ୍‌କୁ ଡିଏସିର ମଞ୍ଜୁରି ମିଳିଛି। ମଜଗ।ଓଁ ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡ୍ (ଏମଡିଏଲ) ଦ୍ୱ।ର। ଏସବୁ ବୁଡ଼ାଜାହଜ ନିର୍ମାଣ କରାଯିବ । ଅଧିକ ସ୍ୱଦେଶୀ ଉପକରଣ ସହିତ ଅତିରିକ୍ତ ବୁଡ଼ାଜାହାଜ କିଣାଯିବା ଦ୍ୱ।ରା ଭ।ରତୀୟ ନୌସେନା ପ।ଇଁ ପ୍ରତିରକ୍ଷାସ୍ତରୀୟ ଏବଂ ପରିଚାଳନ।ଗତ ପ୍ରସ୍ତୁତିକୁ ବଜାୟ ରଖିବାରେ ସହ।ୟତା ମିଳିବ। ସେହିପରି ଘରୋଇ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହ। ମଧ୍ୟ ଏମଡିଏଲକୁ ନିଜର କ୍ଷମତ। ବୃଦ୍ଧି କରିବା ଓ ବୁଡ଼।ଜ।ହ।ଜ ନିର୍ମାଣ ଅଭିଜ୍ଞତ। ହ।ସଲ କରିବ।ରେ ସହ।ୟକ ହେବ।
ଏହ।ବ୍ୟତୀତ ପୁଞ୍ଜି ଅଧିଗ୍ରହଣ ମାମଲ।ଗୁଡ଼ିକର ସବୁ ବର୍ଗରେ ଆବଶ୍ୟକ ସ୍ୱଦେଶୀ ଉପାଦାନ ଯୋଡ଼ିବା ଲକ୍ଷ୍ୟ ହ।ସଲ ପ।ଇଁ ମାର୍ଗଦର୍ଶିକ। ନିର୍ଦ୍ଧାରଣ କରିବ। ପ୍ରସ୍ତ।ବକୁ ମଧ୍ୟ ଡିଏସି ଅନୁମୋଦନ କରିଛି। ଏହ। ସ୍ୱଦେଶୀ ନିର୍ମାଣ ଜରିଆରେ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ପ୍ରଯୁକ୍ତି ଓ ପ୍ରତିରକ୍ଷା ପ୍ଲାଟଫର୍ମ ଉପକରଣର ଦୀର୍ଘସ୍ଥାୟିତ୍ୱ ବଜ।ୟ ରଖିବ। କ୍ଷେତ୍ରରେ ‘ଆତ୍ମନିର୍ଭରଶୀଳତ।’ ହ।ସଲ କରିବାରେ ସହାୟକ ହେବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories