www.samajalive.in
Monday, December 15, 2025
15.1 C
Bhubaneswar

ସଂରକ୍ଷିତ ଜଙ୍ଗଲରେ ଅବାଧ ବନ୍ୟଜନ୍ତୁ ଶିକାର, ୫ ଶିକାରୀ ଗିରଫ

ନାକଟିଦେଉଳ: ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଦିନକୁଦିନ ଅବାଧରେ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଉଥିବାବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଚଢ଼ଉ ଅଭିଯାନ ମଧ୍ୟ ସେହି ଅନୁପାତରେ ବଢ଼ିଛି। କିନ୍ତୁ ଜଙ୍ଗଲ ବିଭାଗ ଜାଣତରେ ହେଉ ବା ଅଜାଣତରେ ହେଉ ବନ୍ୟଜନ୍ତୁ ଶିକାର ଚାଲିଛି। ଶିକାରୀ ଜଙ୍ଗଲର ଯେତେ ଭିତରକୁ ପଶୁଛିି ବିଭାଗୀୟ କର୍ମଚାରୀ ସେମାନଙ୍କ ପଛରେ ସେତେଦୂର ଗୋଡ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରେ ପଶି ବନ୍ୟଜନ୍ତୁ ଶିକାର କରୁଥିବାବେଳେ ବନବିଭାଗ କର୍ମଚାରୀ ଚଢ଼ଉ କରି ୫ ଜଣ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୋଟିଏ ମଲା ବଣୁଆ ମୁଷା ଜବତ କରିଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତିମାନେ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଶରଧାପୁର ଗ୍ରାମର ମଦନ ସାହୁ, ସୁମନ୍ତ ମାଝୀ ଏବଂ ଶିମିଳିପାଳ ଗ୍ରାମର ଜିତେନ୍ଦ୍ର ସାହୁ, ନରେନ୍ଦ୍ର ସାହୁ ଏବଂ କାଦୋବାହାଳ ଗ୍ରାମର ଆର୍ତ୍ତ ଦେହୁରୀ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।

ପ୍ରାପ୍ତ ସୂଚନା ଅନୁସାରେ ସମ୍ପୃକ୍ତ ଶିକାରୀମାନେ ରବିବାର ରାତିରେ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ନାକଟିଦେଉଳ ବନପାଳ ସଞ୍ଜୟ କୁମାର ସାହୁ, ଘୋଷରାମାଳ ବନପାଳ ଠାକୁର ଚନ୍ଦ୍ର ପ୍ରଧାନ, ନାକଟିଦେଉଳ ବନରକ୍ଷୀ ରଞ୍ଜନ ନାଏକ, କାଉଁଶୀପାଳ ବନରକ୍ଷୀ ରେବତୀ ପ୍ରଧାନ, କାଦୋବାହାଳ ବନରକ୍ଷୀ ରତନୀ ଦେହୁରୀ ଏବଂ ଘୋଷରାମାଳ ବନରକ୍ଷୀ ସୈରେନ୍ଧ୍ରୀ ସାହୁ ପ୍ରମୁଖ ସୋମବାର ଭୋର ସମୟରେ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଶିକାରୀ ମାନଙ୍କୁ ଧରିବା ସହ ଦେଶୀ ବନ୍ଧୁକ ସହ ମୃତ ଜଙ୍ଗଲୀ ମୁଷା ଜବତ କରିଥିଲେ। ଜଙ୍ଗଲ ବିଭାଗର ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨/୯ ଧାରା ଅନୁସାରେ ସମ୍ପୃକ୍ତ ଶିକାରୀମାନଙ୍କୁ ଗିରଫ କରାଯାଇ ସୋମବାର ଅଦାଲତ ଚାଲାଣ କରାଯାଇଛି। ରେଢ଼ାଖୋଲ ଡିଏଫଓଙ୍କ ନିର୍ଦେଶକ୍ରମେ ଏବଂ ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories