www.samajalive.in
Saturday, December 13, 2025
27.1 C
Bhubaneswar

ପ୍ରସନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନାକଟିଦେଉଳ: ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଗୁରୁବାର ଦିନ ସମ୍ବଲପୁର ଜିଲା ନାକଟିଦେଉଳ ବିଜେଡି ଦଳ ପକ୍ଷରୁ ବୃକ୍ଷ ରୋପଣ ସହ ମନ୍ଦିରରେ ମହାଦେବଙ୍କ ଠାରେ ଜଳାଭିଷେକ କରାଯାଇଛି। ଏହି ଅବସରରେ ବ୍ଲକର ବାଟଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଞ୍ଜାମୁରା ଶିବ ମନ୍ଦିରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିରୋଧୀ ଦଳର ଉପନେତା ଶ୍ରୀ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ ତଥା ଦୀର୍ଘାୟୁ କାମନା କରାଯାଇ ଦଳୀୟ କର୍ମୀମାନେ ମନ୍ଦିରରେ ଦ୍ୱୀପ ଦାନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏଥିସହିତ ବ୍ଲକ ବିଜେଡି ପକ୍ଷରୁ ମହାଦେବଙ୍କ ନିକଟରେ ଜଳାଭିଷେକ କରାଯାଇ ପୂଜା କରାଯାଇଥିଲା। ଅନ୍ୟ ପକ୍ଷରେ ଏହି ଦିବସକୁ ସ୍ମୃତିରେ ରଖିବା ପାଇଁ ମନ୍ଦିର ପରିସରରେ ବିଭିନ୍ନ ପ୍ରଜାତିର ୫୦ଟି ଚାରା ରୋପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ଚାରା ରୋପଣ କରିଥିଲେ। ଏହାପରେ ପରେ ଦଳୀୟ କର୍ମୀ ମାନେ ମନ୍ଦିର ପରିସର ସହ ମନ୍ଦିର ସମ୍ମୁଖ ରାସ୍ତାର ଉଭୟ ପାର୍ଶ୍ୱରେ ମଧ୍ୟ ଏହି ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁଦର୍ଶନ ସାହୁ,ବାଟଗାଁ ଗ୍ରା.ପ.ର ସରପଞ୍ଚ ସୌଦାମିନୀ ବେହେରା,ନାକଟିଦେଉଳ ଗ୍ରା.ପ.ର ସରପଞ୍ଚ ଜିତେନ୍ଦ୍ର କୁମାର ସାହୁ, ବିଜେଡି ଯୁବ ନେତା ଧିରେନ କୁମାର ସାହୁ,ବିଭୁତି ଭୂଷଣ ପ୍ରଧାନଙ୍କ ସମେତ ବ୍ଲକ ର ବିଭିନ୍ନ ଅଞ୍ଚର ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ଶ୍ରୀ ଆଚାର୍ଯ୍ୟ ଙ୍କ ଦୀର୍ଘାୟୁ ଏବଂ ଆଶୁ ଆରୋଗ୍ୟ କାମନା କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories