ମାଲକାନଗିରି ମହିଳା ମହାବିଦ୍ୟାଳୟରେ ଆଇନ ସଚେତନତା ଶିବିର

ମାଲକାନଗିରି : ଜିଲା ତଥା ଦୌରା ଜଜ୍ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ  ମହିଳା ମହାବିଦ୍ୟାଳୟରେ ଜିଲା ଆଇନିସେବା ପ୍ରାଧିକରଣ  ଦ୍ଵାରା   ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ସଚେତନତା  କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତର  ମାନ୍ୟବର ବିଚାରପତି  ସୁଶ୍ରୀସଂଗୀତା ପାତ୍ର ଅଧ୍ୟକ୍ଷତା କରିଥିଲେ। ମହାବିଦ୍ୟାଳୟର ଅଧକ୍ଷ  ଦୁଷ୍ମନ୍ତ ଜେନା  ସ୍ବାଗତ ଜଣାଇବା ସହ ଅଥିତିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟରେ ଏପରି ଏକ ମହତ୍ୱପୂର୍ଣ୍ଣ  କାର୍ଯ୍ୟକ୍ରମ କରିଥିବାରୁ ଜିଲ୍ଳା ଆଇନ ସେବା ପ୍ରାଧିକରଣକୁ ଧନ୍ୟବାଦ ଦେଇଥିଲେ।
ଆଇନ ସେବା ପ୍ରାଧିକରଣର ପ୍ରମୁଖ ଆଇନ୍ ସେବା ପ୍ରତିରକ୍ଷା ଓକିଲ ତଥା ଖାଉଟି ଅଦାଲତର ପୂର୍ବତନ ଅଧକ୍ଷ ଅଶୋକ କୁମାର ପଟ୍ଟନାୟକ, ଉପ ପ୍ରମୁଖ ପ୍ରତିରକ୍ଷା ଓକିଲ ରାଜେଶ ପଟ୍ଟନାୟକ, ସହାୟକ ପ୍ରତିରକ୍ଷା ଓକିଲ ସାଗର ପାଣିଗ୍ରାହୀ ପ୍ରମୁଖ  ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମାନ୍ୟବର ବିଚାରପତି ସୁଶ୍ରୀ ସଂଗୀତା ପାତ୍ର ଓ ପ୍ରତିରକ୍ଷା ଓକିଲଗଣ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଦ୍ଵାରା  ପ୍ରଦତ୍ତ ବିଭିନ୍ନ ନିଷ୍ପତି  କୂତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ ମାଧ୍ୟମରେ କ୍ଷେତ୍ରୀୟ ଭାଷାରେ କିପରି ଜାଣିହେବ ତା ଉପରେ ବୁଝାଇବା ସହ  ଉଚ୍ଚ  ନ୍ୟାୟାଳୟ  ଓଡ଼ିଶାଙ୍କ ଭିଡିଓ କନଫରେନ୍ସ ଅଧିନିୟମ -୨୦୨୦ ଓ  ସୂଚନା ପ୍ରଯୁକ୍ତିରେ ଥିବା ବିଭିନ୍ନ ସୁବିଧା  ସହ ଦେୱାନି ପ୍ରଣାଳୀ ବିକଳ୍ପ ବିବାଦ ସମାଧାନ ଅଧିନିୟମ-୨୦୦୭ ଏବଂ  ଦେୱାନୀ ପ୍ରଣାଳୀ ମଧ୍ୟସ୍ଥତା ଅଧିନିୟମ-୨୦୦୭ ସମ୍ପର୍କରେ ବୁଝାଇ ଏହାର ସୁବିଧା ନେଇ  ଉପର ବର୍ଣ୍ଣିତ ଅଧିନିୟମ ଓ  ସୂଚନା ପ୍ରଯୁକ୍ତିର ସୁଭିଦା ନେଇ  କିପରି ବିବାଦର ସମାଧାନ ହୋଇପାରିବ ସେ ସମ୍ପର୍କରେ ବୁଝିଥିଲେ। ଏଥିରେ ମହାବିଦ୍ୟାଳୟର  ଶତାଧିକ ଛାତ୍ରୀ ଓ  ଅଧ୍ୟାପିକାଗଣ ଯୋଗଦାନ କରିଥିଲେ। ଶେଷରେ ବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ଗାୟତ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.