www.samajalive.in
Thursday, December 11, 2025
18.1 C
Bhubaneswar

୨୦୨୫ରେ ଆସିବ ୟାମାହା ଆରଏକ୍ସ ୧୦୦, ମିଳିବ ଏହି ଫିଚର୍

ନୂଆଦିଲ୍ଲୀ : ପୁଣି ଭାରତୀୟ ସଡକକୁ ଫେରୁଛି ୟାମାହା ଆରଏକ୍ସ ୧୦୦ । ଦିନ ଥିଲା, ଏହି ବାଇକ ରାସ୍ତାରେ ରାଜା ଭଳି ଯାତ୍ରା କରୁଥିଲା । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ ସାଜିଥିଲା ଆରଏକ୍ସ ୧୦୦ । କିନ୍ତୁ ପରେ ଭାରତରେ ଏହା ବନ୍ଦ ହୋଇଯାଇଥିଲା । ତେବେ ପୁଣି ଥରେ ଏହି ବାଇକ ଭାରତୀୟ ବଜାରକୁ ଫେରୁଛି । ୟାମାହା କମ୍ପାନୀ ପୁଣି ଏହି ବାଇକକୁ ନୂଆ ରୂପ ନୂଆ ରଙ୍ଗରେ ଆଣିବାକୁ ପ୍ରସ୍ତୁତ ହେଉଛି । ଆସନ୍ତୁ ଜାଣିବା ଏହାର ଫିଚର୍ ସମ୍ପର୍କରେ..

ୟାମାହା କମ୍ପାନୀ ନିଜ ପୁରୁଣା ଆରଏକ୍ସ ୧୦୦ରେ ୯୮ ସିସିର ଇଞ୍ଜିନ ଦେଇଥିଲା । ଏବେ କମ୍ପାନୀ ଏଥିରେ ୧୨୫ ସିସି କିମ୍ବା ୨୦୦ ସିସିର ଇଞ୍ଜିନ୍ ଦେଇପାରେ । ଏହି ବାଇକ୍ ସର୍ବାଧିକ ପାଓ୍ବର ଏବଂ ଟର୍କ ଉତ୍ପନ କରିବାରେ ସକ୍ଷମ ହେବ । ଏଥିରେ ୫ ସ୍ପିଡର ଗିୟରବକ୍ସ ମିଳିବ । ବାଇକରେ ୪୦-୪୫ ମାଇଲେଜ୍ ମିଳିପାରେ । ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ, ଡିଜିଟାଲ ଅଡୋମିଟର, ଟ୍ରିପ୍ ମିଟର, ଡୁଆଲ ଚ୍ୟାନେଲ ଏବିଏସ୍ ସିଷ୍ଟମ, ଡିସ୍କ ବ୍ରେକ୍, ୧୦ ଲିଟର ବିଶିଷ୍ଟ ଇନ୍ଧନ ଟ୍ୟାଙ୍କ ମିଳିବ । କମ୍ପାନୀ ଏହାର ଦାମ୍ ପ୍ରାୟ ୧ ଲକ୍ଷ ଟଙ୍କା ପାଖାପାଖି ରଖିଛି । ଏହି ବାଇକ ଭାରତୀୟ ବଜାରରେ ୨୦୨୫ରେ ଲଞ୍ଚ୍ ହେବ ।

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

- Advertisement -

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories