www.samajalive.in
Saturday, December 6, 2025
23.1 C
Bhubaneswar

ନଖରୁ ଜାଣନ୍ତୁ ଆପଣଙ୍କ ସ୍ବଭାବ

ହସ୍ତରେଖା ବିଶେଷଜ୍ଞ କହିବା ଅନୁଯାୟୀ, ନଖରୁ ବ୍ୟକ୍ତିଙ୍କ ସ୍ବଭାବ ବିଷୟରେ ଜଣାପଡିଥାଏ। ଏହାସହ ଭାଗ୍ୟ ସମ୍ବନ୍ଧରେ ମଧ୍ୟ ଜଣାପଡିଥାଏ। ହାତର ରେଖା ମନୁଷ୍ୟ ପାଇଁ ଯେତିକି ଆବଶ୍ୟକ ନଖ ମଧ୍ୟ ସେତିକି ମହତ୍ତ୍ବ ରଖିଥାଏ। ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିଙ୍କ ନଖ ୪ଭାଗରେ ବିଭକ୍ତ। ଯଥା – ଲମ୍ବା ନଖ, ଚଉଡା ନଖ, ଛୋଟ ନଖ, ଅଧିକ ଛୋଟ ନଖ।

ଛୋଟ ନଖ :

- Advertisement -

ଏପରି ନଖ ଥିବା ବ୍ୟକ୍ତି ସର୍ବଦା କୌଣସି ନା କୌଣସି କଷ୍ଟରେ ରହିଥାଆନ୍ତି। ସେମାନଙ୍କର ମୁଣ୍ଡବିନ୍ଧା, ଆଖି ଦରଜ ଓ କାନ ବିନ୍ଧା ସମସ୍ୟା ଦେଖା ଯାଇଥାଏ। ଏହି ବ୍ୟକ୍ତିମାନେ ପରିଶ୍ରମୀ ଅଟନ୍ତି। କିନ୍ତୁ କୌଣସି କାର୍ଯ୍ୟକୁ ସଠିକ ଢଙ୍ଗରେ କରି ପାରନ୍ତି ନାହିଁ। ଏମାନେ ଅନ୍ୟ ବ୍ୟକ୍ତିମାନଙ୍କୁ ଥଟ୍ଟା ପରିହାସ କରିବାର ସୁଯୋଗ କେବେ ଛାଡନ୍ତି ନାହିଁ। ନିଜେ ଯେତେ ଭୁଲ କଲେ ମଧ୍ୟ ଅନ୍ୟକୁ ଦୋଷ ଦେବା ପ୍ରକୃତିର ଅଟନ୍ତି।

ଲମ୍ବା ନଖ :

ଯେଉଁମାନଙ୍କର ଲମ୍ବା ନଖ ରହିଥାଏ ସେମାନେ ରାତିରେ ଶୋଇବା ବେଳେ ଅସାବଧାନତା କରିଥାଆନ୍ତି। ସେହି କାରଣରୁ ବେଳେବେଳେ ସେମାନଙ୍କର ବେକରେ ରକା  ପଶିଯିବା ସହ ଅଣ୍ଟା ଦରଜ ହୋଇଥାଏ। ଏମାନେ ଦୁର୍ବଳ ସ୍ବଭାବର ହୋଇଥାଆନ୍ତି। ଖରାପ ସ୍ବଭାବର ବ୍ୟକ୍ତିଙ୍କୁ ଏମାନେ ଚିଡନ୍ତି।

ଚଉଡା ନଖ :

ଯେଉଁମାନଙ୍କର ନଖ ଚଉଡା ହୋଇଥାଏ ସେମାନଙ୍କୁ କିଛି ନା କିଛି ରୋଗ ଲାଗି ରହିଥାଏ। ସର୍ବଦା ତାଙ୍କ ସ୍ବାସ୍ଥ୍ୟ ଖରାପ ରହିଥାଏ। ଏମାନଙ୍କୁ ରାଗ ଖୁବ ଶୀଘ୍ର ଆସିଥାଏ। ଏମାନେ ଅନ୍ୟମାନଙ୍କ ବିଷୟରେ ସର୍ବଦା ଖରାପ ଚିନ୍ତା କରିଥାଆନ୍ତି। କେହି ଯଦି କିଛି ଭଲ କଥା କୁହେ ତେବେ ସେମାନେ ତାଙ୍କୁ ଖରାପ ବୋଲି କହିଥାଆନ୍ତି।

ଅଧିକ ଛୋଟ ନଖ :

ଅଧିକ ଛୋଟ ନଖ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଦୟାଭାବର ଅଭାବ ରହିଥାଏ। ଏହି ଲୋକ ସାଧାରଣତଃ ଭୟ, ସ୍ବାସ୍ଥ୍ୟ ଖରାପ ଓ ଚିଡଚିଡା ସ୍ବଭାବର ହୋଇଥାଆନ୍ତି। ଏହି ବ୍ୟକ୍ତିମାନଙ୍କର ସନ୍ଦେହ ପ୍ରକୃତିର ଅଟନ୍ତି। ଏମାନେ ଅନ୍ୟମାନଙ୍କ ବିଷୟରେ ଆଲୋଚନା କରିବାର କୌଣସି ସୁଯୋଗ ହାତ ଛଡା କରି ନଥାଆନ୍ତି।​‌

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories