www.samajalive.in
Monday, December 15, 2025
15.1 C
Bhubaneswar

ବିପଜ୍ଜନକ ସ୍ଥିତିରେ ନହରକଣ୍ଟା-କାଚରାମାଳ ରାସ୍ତା

ଭୁବନେଶ୍ବର: ରାସ୍ତାରୁ ପିଚୁ ଉଠି ଗଲାଣି। ଗୋଡ଼ି ବାହାରି ଏଣେତେଣେ ପଡ଼ିଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖାଲଖମା। ପିଚୁ ନ ଥିବାରୁ ମାଟି ରାସ୍ତା ପରି ଦେଖାଯାଉଛି। ଅଧିକାଂଶ ସମୟରେ ଚାଳକ ଭାରସାମ୍ୟ ହରାଇବାରୁ ଯାନ ବନ୍ଧ ତଳକୁ ଖସି ପଡୁଛି। ଦୁର୍ଘଟଣାରେ ଧନଜୀବନ ଯାଉଛି। ନହରକଣ୍ଟାରୁ କାଚରାମାଳ ପର୍ଯ୍ୟନ୍ତ କୁଆଖାଇ ନନ୍ଦୀବନ୍ଧର ଏକମାତ୍ର ରାସ୍ତା ଏବେ ବିପଜ୍ଜନକ ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦା ରାସ୍ତା ମରାମତି ପାଇଁ ଦାବିକରି ଆସୁଥିଲେ ମଧ୍ୟ‌ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ତେବେ ବହୁ ବିଳମ୍ବରେ ଉକ୍ତ ରାସ୍ତାର ବିକାଶ କାର୍ଯ୍ୟ ପାଇଁ ଜଳ ସମ୍ପଦ ବିଭାଗ ଅଣ୍ଟା ଭିଡ଼ିଛି। ଏହି ରାସ୍ତାରେ ପାଞ୍ଚଖଣ୍ଡର ଗଁା ଲୋକେ ନିର୍ଭର କରନ୍ତି। ବନ୍ୟା ଆଦି ପ୍ରାକୃତିକ ବିପତ୍ତି ସମୟରେ ଏହା ଲୋକଙ୍କ ସାହା ଭରସା। ରାତି ପାହିଲେ ନହରକଣ୍ଟା, ହରିଦାସପରୁ, ନୂଆପାଟଣା, ବଙ୍ଗୁଆରି, କାଚରାମାଳ ବାସିନ୍ଦା‌ ଯା’ଆସ କରିଥାନ୍ତି। ଶହ ଶହ ଛାତ୍ରଛାତ୍ରୀ ବ୍ୟବସାୟୀ, ସରକାରୀ ଓ ଘରୋଇ କର୍ମଚାରୀ କର୍ମକ୍ଷେତ୍ରକୁ ଯାଇଥାନ୍ତି। ସହରକୁ ଆସିବାରେ ଏହା ପ୍ରମୁଖ ରାସ୍ତା, କିନ୍ତୁ ପିଚୁ ଛାଡ଼ି ଖାଲଖମା ସୃଷ୍ଟି ହୋଇଥିଲେ ମଧ୍ୟ ମରାମତି ହେଉନାହିଁ। ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହୁଥିବାରୁ ଯାତାୟାତରେ ଘୋର ସମସ୍ୟା ହେଉଥିବା ଅଭିଯୋଗ ହୋଇଛି।
ଉକ୍ତ ରାସ୍ତା ମରାମତି ପାଇଁ ଉଦ୍ୟମ ଆରମ୍ଭ‌ ହୋଇଛି। କୁଆଖାଇ ନଦୀପଠାର ନହରକଣ୍ଟାରୁ କାଚରାମାଳ ପର୍ଯ୍ୟନ୍ତ ପ୍ରାୟ ୬ କିମି ରାସ୍ତାର ବିକାଶ ଏବଂ ପରିଚାଳନା ଦାୟିତ୍ବ ପୂର୍ତ୍ତ ବିଭାଗକୁ ଦିଆଯାଇଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପୂର୍ତ୍ତ ଲେଖାଯାଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ଉକ୍ତ ରାସ୍ତାର ବିକାଶ କାର୍ଯ୍ୟ ହେବ ବୋଲି ଜଳ ସମ୍ପଦ ବିଭାଗ କହିଛି। ତେବେ ପୂର୍ବପରି ଏହି ରାସ୍ତା ଜଳ ସମ୍ପଦ ବିଭାଗ ମାଲିକାନାରେ ରହିବ। ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ଅନୁମତି ନେଇ ପୂର୍ତ୍ତବିଭାଗ ବିକାଶ ଏବଂ ପରିଚାଳନା କାର୍ଯ୍ୟ କରିବ। ଉକ୍ତ ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ନିମନ୍ତେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ କ୍ଷମତା ପ୍ରଦାନ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।

ସ୍ଥାନୀୟ ବାସିନ୍ଦା ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି, ରାସ୍ତାରୁ ପିଚୁ ଛାଡ଼ିବା ସହିତ ନନ୍ଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ଥିବା ନେଇ ଜଳ ସମ୍ପଦ ବିଭାଗକୁ ଗ୍ରାମବାସୀ ବହୁବାର ଜଣାଇଛନ୍ତି। ରାତି‌େ‌ର ଷ୍ଟ୍ରିଟ୍‌ ଲାଇଟ ଭଲଭାବେ ଜଳୁ ନ ଥିବାରୁ ଖାଲଖମାରେ ଯାନ ପଡ଼ିବା ଦ୍ବାରା ବହୁ ସମୟରେ ଦୁର୍ଘଟଣା ଘଟୁଛି। ମରାମତି ନିମନ୍ତେ ଦାବି ହୋଇଆସୁଥିଲେ ବି ଅର୍ଥାଭାବ ଦର୍ଶାଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବର୍ତ୍ତମାନ ପୂର୍ତ୍ତ ବିଭାଗ ବିକାଶ କାର୍ଯ୍ୟ ହାତକୁ ନେଇଥିବାରୁ ଏହାକୁ ସ୍ବାଗତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories