ଦୀର୍ଘ ୨୫ ବର୍ଷ ପରେ  ଜଗନ୍ନାଥଙ୍କର ଅନୁଷ୍ଠିତ ହେବ ଏହି ଦୁର୍ଲଭ ବେଶ

0

ପୁରୀ:ଦୀର୍ଘ ୨୫ ବର୍ଷ ପରେ  ଶ୍ରୀମନ୍ଦିରରେ  ଶ୍ରୀଜୀଉମାନଙ୍କର  ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ପୂର୍ବରୁ ୧୯୯୪ ମସିହାରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।

ଏହା ପୂର୍ବରୁ ୧୯୯୩ ରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । ୧୯୮୩ ଓ ୧୯୬୬ ମସିହାରେ ନାଗାର୍ଜୁନ ବେଶରେ ଶ୍ରୀଜୀଉମାନେ ଦର୍ଶନ ଦେଇଥିଲେ । ୨୦୨୦ ମସିହା ନଭେମ୍ବର ମାସ ୨୭ ତାରିଖରେ କାର୍ତ୍ତିକ ମାସ ଶେଷ ବେଳକୁ ଏହି ବେଶ ଅନୁଷ୍ଠିତ ହେବ ।

ପୂର୍ବରୁ ନାଗା ସାଧୁମାନେ ଏହି ବୀର ବେଶ ଧାରଣ କରି ପୁରୀ ଆସୁଥିବା ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଥିବା ବିଶ୍ୱାସ କରାଯାଉଛି । ପୌରାଣିକ ମତରେ   ପର୍ଶୁରାମ ଭଗବାନ ସହସ୍ରାର୍ଜୁନଙ୍କୁ ବଧ କରିଥିଲେ । ତାହାରି ନିଦର୍ଶନ ସ୍ୱରୂପ ନଗା ତାଟି, ବାଘଛାଲ,  ନିଶ ଦାଢି ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର  ଓ ସ୍ୱତନ୍ତ୍ର ବେଶରେ ଶ୍ରୀଜୀଉମାନେ ଦର୍ଶନ ଦେଇ ଥାଆନ୍ତି

Leave A Reply