www.samajalive.in
Sunday, December 7, 2025
14.1 C
Bhubaneswar

କେଉଁଠି ପାଳନହୁଏ ନାଗ ଦୀପାବଳି ? ଜାଣନ୍ତୁ…

ଦିୱାଲି କହିଲେ ଆପଣ ଦୀପାବଳିକୁ ହିଁ ବୁଝୁଥିବେ । ଆଉ ଦେବ ଦୀପାବଳି ଆପଣତ ନିଶ୍ଚୟ ଜାଣିଥିବେ । ହେଲେ ଆପଣ କେବେ ଶୁଣିଛନ୍ତି ନାଗ ଦୀପାବଳି କଥା । ଆଜ୍ଞା ହଁ ଆମ ଦେଶରେ ବି ପାଳନ କରାଯାଏ ନାଗ ଦୀପାବଳି । ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ପାଳନ କରାଯାଏ ନାଗ ଦିପାବଳୀ । ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ ହୁଏ ଏହି ପର୍ବ । ପୌରାଣିକ ତଥ୍ୟ ଅନୁସାରେ ଏହି ଦିନ ସାପମାନଙ୍କର ପୂଜା କରାଯାଏ । ନାଗ ଦିପାବଳୀ ଦିନ ଲୋକ ମାନେ ଘର ଦୂଆରେ ରଙ୍ଗୋଲି କରିବା ସହ ସାପର ଚିତ୍ର ଆଙ୍କିଥାନ୍ତି । ସାପର ଚିତ୍ର ସମ୍ମୁଖରେ ଦୀପ ଲଗାଇ ନାଗ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ଲୋକେ । ଏଥି ସହିତ ଚାମୋଲି ଜିଲ୍ଲାର ଲୋକମାନଙ୍କର ବିଶ୍ୱାସ ରହିଛି ନାଗ ଦେବତାଙ୍କୁ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟାର ସମାଧାନ ହୋଇଥାଏ ।
ଚାମୋଲିର ବନ ଗାଁରେ ରହିଥିବା ଏହି ରହସ୍ୟମୟ ମନ୍ଦିର ଆଜିବି ଲୋକଙ୍କୁ ତାଜୁବ କରିଛି । ପ୍ରାୟ ସମୁଦ୍ରପତ୍ତନଠାରୁ ୮୫୦୦ଫୁଟ ଉପରେ ରହିଛି । କୁହାଯାଏ ନାଗରାଜ ସେହି ମନ୍ଦିରରେ ରହିବା ସହ ନାଗ ରତ୍ନକୁ ନିଜେ ସୁରକ୍ଷା ଦେଉଛନ୍ତି । ନାଗମଣିର ସୁରକ୍ଷା ପାଇଁ ନାଗରାଜ ବହୁ ବିଷ ଛାଡ଼ିଥିବା ବି ବିଶ୍ୱାସ ରହିଛି । ସେଥିପାଇଁ ନାଗଦେବତାଙ୍କୁ ପ୍ରାୟ ମନ୍ଦିରର ୮୦ ଫୁଟ ଦୂୂରରେ ରହି ଉପାସନା କରିଥାନ୍ତି ଲୋକମାନେ । ଖାଲି ସେତିକି ନୁହେଁ ଏହି ମନ୍ଦିରର ପୂଜକ ମଧ୍ୟ ଆଖି ଓ ପାଟିକୁ କପଡାରେ ଢାଙ୍କିବା ପରେ ମନ୍ଦିରକୁ ପ୍ରବେଶ କରିଥାନ୍ତି ।
ଆହୁରି ମନ୍ଦିରକୁ ନେଇ ମଧ୍ୟ ବିଶ୍ୱାସ ରହିଛି । ଲୋକଙ୍କ ବିଶ୍ୱାସ ଅନୁଯାୟୀ ମନ୍ଦିରରେ ଥିବା ରତ୍ନ ଏତେ ଉଜ୍ଜଳ ଯେ ଲୋକଙ୍କୁ ଅନ୍ଧ କରିଦେବ । ସେଥିପାଇଁ ମନ୍ଦିରର ପୁରୋହିତ ଆଖି ଓ ନାକକୁ କପଡ଼ାରେ ଆବଦ୍ଧ କରି ମନ୍ଦିରକୁ ପ୍ରବେଶ କରିଥାନ୍ତି । ଆଉ ମନ୍ଦିରର କବାଟ ବର୍ଷକୁ ଥରେ ହିଁ ଖୋଲଯାଇଥାଏ । ବିଶାଖା ପୂର୍ଣ୍ଣିମାରେ ମନ୍ଦିରର କବାଟ ଖୋଲୁଥିବା ବେଳେ, ସେହି ସମୟରେ ଏକ ବଡ଼ ମେଳାର ଆୟୋଜନ ହୋଇଥାଏ ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories