www.samajalive.in
Sunday, December 7, 2025
13.1 C
Bhubaneswar

 ବିକାଶଠୁ ବହୁଦୂରରେ ଡମୁଗୁଡ଼ା ଗାଁ

ନବରଙ୍ଗପୁର: ସ୍ୱାଧୀନତାର ଦୀର୍ଘ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଯେମିତି ବିକାଶର ଛାଇ ପଡ଼ିନାହିଁ ଏହି ଗାଁ ଉପରେ । ଶିକ୍ଷ୍ୟା , ସ୍ୱାସ୍ଥ୍ୟ , ବିଜୁଳି , ଗୋମନା-ଗୋମନ ଓ ପାନୀୟ ଜଳ ଭଳି ସମସ୍ତ ମୌଳିକ ସୁବିଧା ଏଠି ବିପର୍ଯ୍ୟସ୍ତ । ଏହିଭଳି ନାହିଁ ନାହିଁର ଗାଁ ହେଉଛି  ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଅନ୍ତର୍ଗତ ଡମୁଗୁଡା ଗାଁ । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏବେ ଅଭିଶପ୍ତ ଜୀବନ ବିତାଉଛନ୍ତି ଏହି ଗାଁ ଲୋକେ ।  ଗାଁକୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ । ଜଙ୍ଗଲ ପାହାଡ଼ ରାସ୍ତା ଦେଇ ଗଲା ପରେ ପଡେ ଏହି ଡମୁଗୁଡା ଗାଁ । ଦୁଇ ଚକିଆକୁ ଛାଡି ଦେଲେ ଚାରି ଚକିଆ ଗାଡି ଏହି ରାସ୍ତା ରେ ଗଡିବା ସ୍ୱପ୍ନ । ବର୍ଷା ଦିନେତ ଯାତାୟାତ କଥା ନକହିବା ଭଲ । ଗାଁରେ ନା ଅଛି ବିଦ୍ୟାଳୟ , ନା ଅଛି ଅଙ୍ଗନବାଡି କେନ୍ଦ୍ର । ଏମିତିକି ବିଜୁଳି ଆଲୁଅ ଗ୍ରାମବାସୀଙ୍କ ପାଇଁ ସାତସପନ ହୋଇପଡିଛି ।

ପ୍ରାୟ ୪୦ ବର୍ଷର ପୁରୁଣା ଏହି ଗାଁରେ ୨୫ ପରିବାରରୁ ଅଧିକ ଲୋକେ ବସବାସ କରୁଥିବା ବେଳେ ଗ୍ରାମର ଅଧିକାଂଶ ପରିବାର ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି । ଡମୁଗୁଡ଼ା ଗାଁରେ ଦୁଇଟି ମାତ୍ର ନଳକୂପ ଥିବା ବେଳେ ସେଥିରୁ ଅନେକ ସମୟରେ ଦୂଷିତ ପାଣି ବାହାରୁଛି । ଯ।ହାଦ୍ଵାରା ବାଧ୍ୟ ହୋଇ  ମହିଳା ମାନେ ଗ୍ରାମରୁ ୨ କିଲୋମିଟର ଦୂରରେ ଥିବା ଝରଣା ପାଣି ଉପରେ ହିଁ ନିର୍ଭର କରିଥାନ୍ତି । ଦୀର୍ଘଦିନ ଧରି ଝରଣା ପାଖରେ ଜମା ହୋଇ ରହିଛି ଅପରିଷ୍କାର ଜଳ । ଡେଙ୍ଗୁ , ମ୍ୟାଲେରିଆ , ଜଣ୍ଡିସ୍ ଆଦି ରୋଗ ବ୍ୟାପିବାର ଭୟ ରହିଥିବା ବେଳେ ସେଠାରୁ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ।

- Advertisement -

ଗାଁରେ ରାସ୍ତା ନଥିବାରୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଖଟିଆ ଓ ଷ୍ଟ୍ରେଚେରରେ ବୋହି ନେବାକୁ ପଡିଥାଏ ରୋଗୀଙ୍କୁ । ଯାହାଫଳରେ ପ୍ରସୂତି , ଗର୍ଭବତୀ ଓ ବୟସ୍କଙ୍କ  ଅଧବାଟରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି  । ଗାଁରେ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ପିଲାଙ୍କ ଭବିଷ୍ୟତ ଅନ୍ଧକାରରେ ଠେଲି ହେଇଯାଉଥିବା ବେଳେ ଦିନକୁ ଦିନ ବହୁମାତ୍ରାରେ ଅପପୃଷ୍ଟିର ଶିକାର ହେଉଛନ୍ତି କୁନି କୁନି କୋମଳମୋତି ନିଷ୍ପାପ ଶିଶୁ । ଲୋକପ୍ରତିନିଧି ଏବଂ ପ୍ରଶାସନ ପାଖରେ ଦଉଡି ଦଉଡି ନୟାନ୍ତ ହେଲାପରେ ମଧ୍ୟ ବାଧ୍ୟ ହୋଇ ଅଭିଶପ୍ତ ଜୀବନ ବିତାଉ ଛନ୍ତି ଏହି ଡମୁଗୁଡ଼ା ଗାଁର ଗ୍ରାମବାସୀ । ନିର୍ବାଚନ ଆସିଲେ ନେତା ମାଳ ମାଳ ପ୍ରତିଶ୍ରୁତି ଦେଇଥାନ୍ତି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସବୁ ଭୁଲି ଯାଆନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମର ରୂପଧର ଗୌଡ଼ ଓ ଲକ୍ଷ୍ମୀ ଗୌଡ଼ ସମେତ ଗ୍ରାମବାସୀ  ପ୍ରମୁଖ ଅଭିଯୋଗ କରିଛନ୍ତି ।

 

 

 

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories