www.samajalive.in
Monday, December 15, 2025
26.1 C
Bhubaneswar

ନବରଙ୍ଗପୁର ଷ୍ଟାଡିୟମର ଦୂରାବସ୍ଥା ନେଇ କ୍ରିଡାପ୍ରେମୀ କ୍ଷୁବ୍ଧ ; ଅର୍ଦ୍ଧେକ ପଡିଆ ଅବ୍ୟବହୃତ

ନବରଙ୍ଗପୁର : ଜିଲା ସଦରମହକୁମା ନବରଙ୍ଗପୁରରେ ଗୋଟିଏ ମାତ୍ର ଷ୍ଟାଡିୟମ ରହିଛି। ତେବେ ଏହାର ପରିଚାଳନା ଅଭାବ ଯୋଗୁଁ ପଡିଆର ଅର୍ଦ୍ଧେକଅଂଶ ବ୍ୟବହାର ଉପଯୋଗୀ ହୋଇରହିନି। ଫଳରେ କ୍ରିଡାପ୍ରେମୀ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲା ମୁଖ୍ୟଡାକ୍ତରଖାନା ନିକଟରେ ଏହି ବିଜୁପଟ୍ଟନାୟକ ଷ୍ଟାଡିୟମ ରହିଛି। ଜିଲାପ୍ରଶାସନ ଦ୍ୱାରା ପରିଚାଳିତ ଏହି ଷ୍ଟାଡିୟମ ପରିସରରେ ଆଉଟଡୋର  ଓ ଇଣ୍ଡଡୋର କ୍ରିଡା ବ୍ୟବସ୍ଥା ରହିଛି। ଷ୍ଟାଡିୟମର ପଡିଆକୁ ନିୟମିତ ଭାବେ ଦୈନିକ ଶତାଧିକ କ୍ରିଡାବିତ, ଖେଳାଳୀ ସମେତ  ସକାଳ ଓ ସନ୍ଧ୍ୟା ଭ୍ରମଣକାରୀମାନେ ଯାଇଥାନ୍ତି। ପଡିଆ ଭିତରେ କ୍ରିକେଟ, ଫୁଟବଲ  ଓ ଭଲିବଲ ଖେଳ କରାଯାଉଥିବାବେଳେ ମହିଳା ଖେଳାଳୀ ମାନେ ମଧ୍ୟ ଭାଗ ନେଉଛନ୍ତି। ଏଠାରେ ପ୍ରତିବର୍ଷ  ଜିଲା କ୍ରିଡା ସଂଘ ପକ୍ଷରୁ ଜିଲାସ୍ତରୀୟ ବାର୍ଷିକ କ୍ରିଡା ପ୍ରତିଯୋଗୀତା କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଷ୍ଟାଡିୟମରେ  ଜିଲାସ୍ତରୀୟ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟାଡିୟମର ଅବସ୍ଥା ଅତି ଦୟନୀୟ ରହିଛି। ପଡିଆର ଅର୍ଦ୍ଧେକ ଅଞ୍ଚଳ କେବଳ ବ୍ୟବହାର ଉପଯୋଗୀ ହୋଇଥିବାବେଳେ ଅର୍ଦ୍ଧେକ ଅଞ୍ଚଳର ଅନାବନାଗଛ ଓ ବିଭିନ୍ନ ଖାଲଢିପରେ ଭର୍ତ୍ତୀ ହୋଇଛି। କେତେକ ସ୍ଥାନରେ ମଦବୋତଲ, ଖାଇବା ଖଲିପତ୍ର ଓ ଜରି ଭରପୁର ହୋଇ ପଡିରହିଛି।  ଷ୍ଟାଡିୟମର ପୂର୍ବଭାଗରେ ତିନି ମହଲା ବିଶିଷ୍ଟ ଡାକ୍ତର କଲୋନୀ ରହିଥିବାବେଳେ ଘରର ଉପରୁ ଅନାବନା ଅବ୍ୟବହୃତ ଜିନିଷ ସବୁ ପକାଯାଉଛି। ମାଳମାଳ ଗାଈ ଓ କୁକୁରର ଅବାଧ ପ୍ରବେଶ ସହ ମଳମୂତ୍ର ତ୍ୟାଗ କରୁଥିବାରୁ ପଡିଆ ଅପରିସ୍କାର ରହୁଛିା  ଏହି ପଡିଆରେ ପଶ୍ଚିମ ଦିନରେ ପାଚେରୀ ଖୋଲା ରହିଥିବାରୁ ରାତ୍ରରେ ଅସାମାଜିକ ଲୋକଙ୍କର ଅବାଧ ପ୍ରବେଶ ସହ ନାନାପ୍ରକାର ବେନିୟମ କାର୍ଯ୍ୟକରାଯାଉଛି। ଏହା ଛଡା ଲୋକଙ୍କର ପାଇଁ ବସିବା ଗ୍ୟାଲେରୀ ଅବସ୍ଥା ନ କହିଲେ ଭଲ। ଏହାର ଅଧିକାଂଶ ସ୍ଥାନଭାଙ୍ଗି ରୁଜି ଯାଇଥିବାବେଳେ ବସିବା ଅନୁପଯୋଗୀ ହୋଇଛି। ପୂର୍ବ ଦିଗ ପଟରେ ଅର୍ଦ୍ଧନିର୍ମିତ ହୋଇ ରହିଛି। ପଡିଆରେ ଘାସ ନଥିବାରୁ  ଟାଙ୍ଗରା ଭୁଇଁ ହୋଇଛିା  ଏଠାରେ ଥିବା ପାଣି ମୋଟର ବ୍ୟବସ୍ଥା ସଂପୂର୍ଣ୍ଣ ନଷ୍ଟ ହୋଇଛି। କେବଳ ଷ୍ଟାଣ୍ଡ  ଗୁଡିକ ଭଙ୍ଗାଦଦରା ହୋଇ ଅକାମୀ ହୋଇ ପଡିରହିଛି। ପଡିଆପାଶ୍ୱର୍ରେ ଖେଳାଳିଙ୍କର ପାଇଁଥିବା ଡ୍ରେସିଂ ରୁମ୍‍ର ନୂତନଗୃହ ମଧ୍ୟ ସଂପୂର୍ଣ୍ଣ ହୋଇ ପାରିନି। ତେବେ ଜିଲା ସଦରମହକୁମା ର ଏକମାତ୍ର ଷ୍ଟାଡିୟମର ମରାମତି ଓ ସବୁଜ ସୁନ୍ଦର କରାଯାଇ ପାରୁନଥିବା ପରିତାପର ବିଷୟ ହୋଇଛି।  ଏସଂପର୍କରେ ଜିଲା କ୍ରିଡା  ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସେ ଏହି ସମସ୍ୟାକୁ ସ୍ୱୀକାର କରିବା ସହ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସବୁଠିକ୍‍ କରାଯିବ ବୋଲି କହିଥିଲେ। ପଡିଆଭିତରେ ଘାସ ଲଗାଯିବା ସହ ପାଣି ବ୍ୟବସ୍ଥା ପାଇଁ ଅନ୍ୟଏକ ସଂସ୍ଥାକୁ ୧୧ ଲକ୍ଷ ଟଙ୍କା ଅନୁଦାନ ମିଳିଥିବାବେଳେ ଖୁବଶ୍ରୀଘ୍ର କାମ ଆରମ୍ଭ କରାଯିବ ବୋଲି ସଫେଇ ଦେଇଥିଲେ। ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେଇ ପଦକ୍ଷେପ ନେବାକୁ କ୍ରିଡାପ୍ରେମୀମାନେ ଦାବି କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories