www.samajalive.in
Friday, December 5, 2025
27.1 C
Bhubaneswar

ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ୨୦୨୦ ସମ୍ବନ୍ଧୀୟ କର୍ମଶାଳା

ଫୁଲବାଣୀ : ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଆନୁକୂଲ୍ୟରେ ରବିବାର ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ସଂପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଆଲୋଚନା ଚକ୍ରରେ ଯୋଗଦେଇ ବକ୍ତାମାନେ ତୃଣମୂଳ ସ୍ତରରେ ଏହି ଆଇନ ଦ୍ୱାରା ସମ୍ଭାବ୍ୟ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଂପାଦକ ହରିଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ କହିଥିଲେ ଯେ,ସରକାରଙ୍କ ପାଖରେ ବେସରକାରି ଅନୁଷ୍ଠାନ ମାନଙ୍କୁ ମିଳୁଥିବା ସମସ୍ତ ଦେଶୀ ଓ ବିଦେଶୀ ଅନୁଦାନକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥିଲା ବେଳେ ଏଭଲି ନୂତନ ଆଇନ ପ୍ରଣୟନର କୌଣସି ଯଥାର୍ଥତା ନାହିଁ। ଏହା ଫଳରେ ତୃଣମୂଳ ସ୍ତରରେ କାମ କରୁଥିବା ଛୋଟ ଛୋଟ ଅନୁଷ୍ଠାନମାନେ ପଙ୍ଗୁ ହୋଇଯିବା ସହ ଧୀରେ ଧୀରେ ଏହା କର୍ପୋରେଟମାନଙ୍କ ଅଧୀନକୁ ଚାଲିଯିବାର ଆଶଂକା ରହିଛି। ତଳସ୍ତରର ଲୋକଙ୍କୁ ପ୍ରାଧାନ୍ୟ ଦେଇ ଆଇନ ତିଆରି କରିବା ଗଣତନ୍ତ୍ରର ଭିତ୍ତିଭୂମି ହୋଇଥିଲା ବେଳେ ଏଭଳି ଆଇନ ଏହାର ଏକ ବିରୋଧାଭାସ ବୋଲି ସେ କହିଥିଲେ।

ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଶତପଥୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଏହି ଆଇନର ଆଭିମୂଖ୍ୟ ସଂପୂର୍ଣ୍ଣ ରୂପେ ଜନସ୍ୱାର୍ଥ ବିରୋଧି। ତେଣୁ ଏହାର ପୁନଃ ତର୍ଜମା ସହ ଏହାର ସଂଶୋଧନର ଆବଶ୍ୟକତା ରହିଛି। ଜିଲାର ସମସ୍ତ ପ୍ରମୁଖ ଗଣମାଧ୍ୟମର ପ୍ରତିନିଧିମାନେ ଏହି କର୍ମଶାଳାରେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ। ସରକାର ପ୍ରଶାସନିକ ସ୍ତରରେ ପ୍ରଥମେ ଦୁର୍ନିତି ହଟାଇବା ପାଇଁ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବା ଦରକାର ବୋଲି ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା। ନଚେତ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଭବିଷ୍ୟତ ଅନ୍ଧକାର ବୋଲି ବକ୍ତାମାନେ ମତ ଦେଇଥିଲେ।  କାର୍ଯ୍ୟକ୍ରମରେ ସ୍ୱାତୀର କର୍ମଚାରୀ ମାନେ ସହଯୋଗ କରିଥିବା ବେଲେ ବୈଦ୍ୟନାଥ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories