www.samajalive.in
Friday, December 5, 2025
23.1 C
Bhubaneswar

କନ୍ୟା ସନ୍ତାନ ଜନ୍ମ ଦେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଗିରଫ

ଗୁଣପୁର: ମିଥ୍ୟା ପ୍ରଲୋଭନ ଦେଖାଇ ଜଣେ ନାବାଳିକା ଛାତ୍ରୀଙ୍କୁ ଗର୍ବଭତୀ କରାଇବା ଏବଂ ନାବାଳିକା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ରାୟଗଡ଼ା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ଶନିବାର ନାବାଳିକା ଜଣକ ସନ୍ତାନ ପ୍ରସବ କରିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିବା ଜଣେ ଯୁବକକୁ ପୁଲିସ ରବିବାର ଗିରଫ କରିଛି।

ସୂଚନା ଅନୁସାରେ, ରାମନାଗୁଡ଼ା ବ୍ଲକ ଅଞ୍ଚଳର ଜଣେ ନାବାଳିକା ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକେ ତାଙ୍କୁ ଗତ ଶନିବାର ଡାକ୍ତରଖାନା ନେଉଥିଲେ। କିନ୍ତୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ନାବାଳିକା ଜଣକ ରାସ୍ତାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

- Advertisement -

ଏହା ପରେ ପରିବାର ଲୋକେ ନାବାଳିକାଙ୍କ ସହିତ ନବଜାତ କନ୍ୟାକୁ ନିଜ ଘରକୁ ନେଇଆସିଥିଲେ। ଗାଁର କିଛି ଲୋକ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ପୁଲିସ ନାବାଳିକାଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ସେହି ଗାଁର ଜଣେ ଯୁବକ ବୃନ୍ଦାବନ କାଡ୍ରାକାକୁ ଥାନାକୁ ନେଇ ଅଟକ ରଖିବା ସହିତ ପଚରାଉଚରା କରିଥିଲା। ପରେ ତା’କୁ ଗିରଫ କରିଥିଲା। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଖବର ପାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧ୍ୟକ୍ଷ ରାଜକିଶୋର ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଦୁର୍ଗା ସେନାପତି, ରାମନାଗୁଡା ସିଡିପିଓ ଶାନ୍ତିଲତା ରଥ, ଆଇନ ପ୍ରାଧିକରଣ ସମ୍ପାଦକ ମନୋରଞ୍ଜନ ମିଶ୍ରଙ୍କ ସମେତ ଜିଲା ମଙ୍ଗଳ କମିଟି, ଚାଇଲ୍ଡ ଲାଇନ କର୍ମକର୍ତ୍ତା ରବିବାର ପୀଡିତାଙ୍କ ଗାଁକୁ ଯାଇ ଘଟଣାର ତଦନ୍ତ କରିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories