www.samajalive.in
Friday, December 5, 2025
27.1 C
Bhubaneswar

ପାରିବାରିକ କଳହରୁ ସ୍ଵାମୀର ଆତ୍ମହତ୍ୟା, ମୃତଦେହକୁ କାନ୍ଧ ଦେଲେ ପୁଲିସ ବାବୁ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର ପଞ୍ଚାୟତ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଗଛରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବାବେଳେ ତାଙ୍କ ମୃତଦେହକୁ ଜଣେ ପୁଲିସ ଅଧିକାରୀ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ସୂଚନାଯୋଗ୍ୟ, କିଛିଦିନ  ତଳେ ବିସ୍କେଷନ ନାୟକଙ୍କ ପୁଅ ବାଟ ନାୟକ ବିବାହ କରିଥିଲେ। ବିବାହ ର କିଛିଦିନ ପରେ କୋଣସି କାରଣରୁ ପ୍ରତିଦିନ ଘରେ ନିଜ ସ୍ତ୍ରୀ ସହ ଝଗଡା ହେଉଥିଲା । ଗତ ଶନିବାର  ରାତିରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପୁଣି  ଝଗଡ଼ା ହୋଇଥିଲା । ଯାହା ଫଳରେ ସ୍ଵାମୀ ବାଟ ନାୟକ ଆଉ ସହି ନ ପାରି ରବିବାର ଦିନ ସକାଳୁ ସକାଳୁ ଘର ପାଖରେ ଥିବା ଜଙ୍ଗଲକୁ ଯାଇ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିଲେ। ଘରେ ଖୋଜାଖୋଜି କରିବା ପରେ ମୃତ ବାଟ ନାୟକ ଗଛରେ ଲୁଗା ଲାଗଇ ଆତ୍ମହତ୍ୟା କରିଥିବା ଦେଖି ରାଇକିଆ ଥାନାକୁ ସୂଚନା ଦିଆଯାଇଥିଲା। ବର୍ତମାନ ଦାୟିତ୍ଵରେ ଥିବା ରାଇକିଆ ଥାନା ଅଧିକାରୀ ରାଜେଶ କୁମାର ଶ୍ରୀ ଚନ୍ଦନ ଘଟଣାସ୍ଥଳରେ ପହଞ୍ଚିଥିଲେ। କେବଳ ମୃତଦେହକୁ ଜବତ କରିଥିଲେ ତାହା ନୁହେଁ, ମାନବିକତା ଦେଖାଇ ନିଜେ ମୃତଦେହକୁ କାନ୍ଧ ଦେଇଥିଲେ । ପୁଲିସ ଅଧିକାରୀଙ୍କ ଏହି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories