www.samajalive.in
Friday, December 5, 2025
26.1 C
Bhubaneswar

କନ୍ଧମାଳରେ ପୁଣି ୩ ସଂକ୍ରମିତ ଚିହ୍ନଟ

ଫୁଲବାଣୀ : ଲଗାତାର ପାଂଚ ଦିନ ଧରି କନ୍ଧମାଳ ଜିଲ୍ଲାରେ ନୂଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିବା ପରେ ଆଜି ପୁଣି ୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଶେଷଥର ପାଇଁ ଗତ ୪ ତାରିଖରେ ଜିଲାରେ ଜଣେ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜିର ୩ ସଂକ୍ରମିତଙ୍କୁ ମିଶାଇ  ଜିଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୫,୯୩୦ରେ ପହଂଚିଛି। ସେହିଭଳି ଚିକିତ୍ସାଧୀନ ରୋଗିଙ୍କ ସଂଖ୍ୟା ୮ହୋଇଛି। ଆଜି ସୁଦ୍ଧା ଜିଲ୍ଲାରେ  ୫,୮୮୯ ଜଣ ମହାମାରୀରୁ ସୁସ୍ଥ ହୋଇିଛନ୍ତି। ଜିଲ୍ଲାରେ କୋଭିଡରେ ଆକ୍ରାନ୍ତ ହୋଇ ଆଜି ପର୍ଯ୍ୟନ୍ତ ୩୩ ଜଣ ମୃତ୍ୟୁ ବରଣ କରିଛନ୍ତି।

ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ପ୍ରଥମ ଥର ପାଇଁ ଜିଲାରେ ଜିରୋ ପଜିଟିଭ ରେକର୍ଡ କରାଯାଇଥିଲା। ସେହି ଦିନଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ମୋଟାମୋଟି ଭାବେ ଏବେ ଜିଲାରେ କୋଭିଡ ପ୍ରଭାବ ଆପାତତଃ ହ୍ରାସ ପାଉଥିବା ଅନୁମାନ କରାଯାଉଥିଲେ ବି ଜିଲା ସଂପୂର୍ଣ୍ଣ କରୋନା ମୁକ୍ତ ନ ହେବା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories