www.samajalive.in
Saturday, December 6, 2025
14.1 C
Bhubaneswar

କର୍ଣ୍ଣେଲ ସୂର୍ଯ୍ୟକାନ୍ତ ପଣ୍ଡାଙ୍କ ପରଲୋକ : ସାମରିକ ସମ୍ମାନ ସହିତ ଶେଷକୃତ୍ୟ ସମ୍ପନ୍ନ

ସମ୍ବଲପୁର : ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ଓଡିଶାର ପୁଅ କର୍ଣ୍ଣେଲ ସୂର୍ଯ୍ୟକାନ୍ତ ପଣ୍ଡାଙ୍କ ନୋଏଡାର ଏକ ଘରୋଇ ଡାକ୍ତରଖାନାରେ ୫୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବିଖ୍ୟାତ କାଗଜ ଟେକନୋଲୋଜିଷ୍ଟ ଅବନିଶ ପଣ୍ଡା ଓ ତାଙ୍କ ପତ୍ନୀ ଯଶୋବନ୍ତି ଦେବୀଙ୍କ କନିଷ୍ଠ ପୁତ୍ର କର୍ଣ୍ଣେଲ ସୂର୍ଯ୍ୟକାନ୍ତ ପଣ୍ଡା କିଛି ଦିନ ହେବ ସେ ଚର୍ମ କ୍ୟାନସର ରୋଗରେ ପିଡିତ ହୋଇ ଚିକିତ୍ସିତ ରହିଥିଲେ। ଶନିବାର ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ତାଙ୍କ ପଛରେ ପତ୍ନୀ ରଞ୍ଜିତା, ଝିଅ ଆଶ୍ୱାସନା ଓ ପୁତ୍ର ଆଦିତ୍ୟ ଏବଂ ପରିବାରବର୍ଗଙ୍କୁ ଛାଡି ସେ ଚାଲିଯାଇଛନ୍ତି।

- Advertisement -

ବ୍ରଜରାଜନଗର ଠାରେ ୧୯୬୪ ମସିହାରେ ଜନ୍ମିତ ସୁର୍ଯ୍ୟକାନ୍ତ ତାଙ୍କର ପ୍ରାଥମିକ ଶିକ୍ଷା ସେହିଠାରୁ ହିଁ ପ୍ରାପ୍ତ କରିଥିଲେ। ପରବର୍ତ୍ତିକାଳୀନ ଶିକ୍ଷା ସେ କୋଲକତାର ଟାଗୋର ଇନ୍ଟରନ୍ୟାସନାଲ ସ୍କୁଲ ଓ ହିନ୍ଦୀ ହାଇସ୍କୁଲ, ଗ୍ରାଜୁଏସନ ଇଲେକ୍ରିକାଲ ଇଞ୍ଜିନିୟରିଙ୍ଗରେ ବାଙ୍ଗାଲୁରରୁ ସଫଳତାର ସହିତ ଉତ୍ତିର୍ଣ୍ଣ ହୋଇଥିଲେ। ସେ ୧୯୮୯ ମସିହାରେ ଭାରତୀୟ ସେନା (ଇଏମଇ) ଯୋଗ ଦେବା ପରେ ପ୍ରଶିକ୍ଷଣ ଡେରାଡୁନ ସ୍ଥିତ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଶେଷ କରିଥିଲେ। ବାଙ୍ଗାଲୁରୁରେ ଅବସ୍ଥାପନ ସମୟରେ ସେ ଇନଷ୍ଟିଟ୍ୟୁଟ ଅଫ ମ୍ୟାନେଜମେଣ୍ଟ ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।

ପ୍ରଥମରୁ ହିଁ ସେ ଜଣେ ପ୍ରତିଭାବାନ କ୍ରିଡାବିତ ଥିବାରୁ ସେ ସେନାର କ୍ରିଡା ଗତିବିଧିରେ ମଧ୍ୟ ସାମିଲ ରହୁଥିଲେ। ସେ ଦେଶ ସେବା ପାଇଁ ଅରୁଣାଚଳ ପ୍ରଦେଶ ସୀମା, ନାଗାଲାଣ୍ଡ, ଆସାମ, ଜାମ୍ମୁ ଓ କାଶ୍ମୀର, ପଞ୍ଜାବ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ନୁଆଦିଲ୍ଲୀ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସେବା ଦେଇ ଆସିଥିଲେ। ସେ ସିଆଚିନ ଗ୍ଲାସିୟର ଉପରୁ ଏକ ଖରାପ ହେଲିକେପ୍ଟରକୁ ତଳେ ରହିଥିବା ବେସ କ୍ୟାମ୍ପକୁ ଆଣି ତାଙ୍କର ନିର୍ଭିକତା ଓ ସାହାସିକତାର ପ୍ରଦର୍ଶନ କର ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏହା ସହିତ ସେ ଡ୍ରୋନ ଟେକନୋଲୋଜି ପାଇଁ ସ୍ୱତନ୍ତ୍ର ଇସ୍ରାଏଲ ଯାଇ ପ୍ରଶିକ୍ଷିତ ହୋଇଥିଲେ। ଭାରତୀୟ ସେନା ପକ୍ଷରୁ ଇନ୍ଟରନ୍ୟାସନାଲ ହଟ୍ ଏୟାର ବେଲୁନ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ। ବହୁମୁଖୀ ପ୍ରତିଭାର ଧନୀ କର୍ଣ୍ଣେଲ ସୁର୍ଯ୍ୟକାନ୍ତଙ୍କ ମୃତ୍ୟୁ ପରେ ଶନିବାର ଭାରତୀୟ ସେନା ଦ୍ୱାରା ପୂର୍ଣ୍ଣ ସାମରିକ ସମ୍ମାନ ଜଣାଇ ନୋଏଡା ସ୍ଥିତ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories