www.samajalive.in
Saturday, December 6, 2025
23.1 C
Bhubaneswar

ସୋନୁ ସୁଦ୍‌ଙ୍କ ନାମରେ ବିଏମସିର ଏତଲା, ହାଇକୋର୍ଟ ଗଲେ ଅଭିନେତା

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଲୋକଙ୍କ ପାଇଁ ବାସ୍ତବରେ ହିରୋ ପାଲଟିଯାଇଛନ୍ତି। କିନ୍ତୁ ଏହା ମଧ୍ୟରେ ବ୍ରିହନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି) ପକ୍ଷରୁ ସୋନୁଙ୍କ ନାମରେ ଥାନାରେ ଏତଲା ଦିଆଯିବା ସହିତ ତାଙ୍କୁ ନୋଟିସ ଜାରି କରାଯାଇଛି। ସୋନୁ ତାଙ୍କ ୬ ମହଲା ବିଶିଷ୍ଟ ଆବାସିକ କୋଠାକୁ ହୋଟେଲରେ ପରିବର୍ତ୍ତନ କରିଥିବା ବିଏମସି ଅଭିଯୋଗ କରିଛି। ତେବେ ସୋନୁ ବିଏମସିର ଏହି ନୋଟିସ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସୋମବାର ସୋନୁଙ୍କ ପିଟିଶନ ଉପରେ ଶୁଣାଣି ହେବ। ସୂଚନା ଅନୁସାରେ, ବିଏମସିର ବିନା ଅନୁମତିରେ ସୋନୁ ନିଜ ବାସଭବନରେ ଅବୈଧ ନିର୍ମାଣ କରିଥିବା ବିଏମସି ପକ୍ଷରୁ ହୋଇଛି। ସୋନୁ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ବିଏମସି ତରଫରୁ ଗତ ୪ ତାରିଖରେ ଜୁହୁ ଥାନାରେ ସୋନୁଙ୍କ ନାମରେ ଅଭିଯୋଗ କରାଯାଇଥିଲା। ସୋନୁ ବିଏମସିର ନୋଟିସକୁ ଅଣଦେଖା କରିଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଥିଲା। ବିଏମସି ନିଜ ଅଭିଯୋଗରେ କହିଥିଲା, ଏହା ଦେଖିବାକୁ ମିଳିଛି ଯେ ସୋନୁ ସୁଦ୍‌ ନିଜେ ଜାଗାର ବ୍ୟବହାରରେ ପରିବର୍ତ୍ତନ କରିଛନ୍ତି। ଏହାବ୍ୟତୀତ ଧାର୍ଯ୍ୟ ହୋଇଥିବା ପ୍ଲାନ ବାହାରକୁ ଯାଇ ନିର୍ମାଣ କରିବା ସହିତ ଆବାସିକ କୋଠାକୁ ହୋଟେଲ ବିଲ୍ଡିଂରେ ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ସେ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ବୈଷୟିକ ଅନୁମୋଦନ ହାସଲ କରିନାହାନ୍ତି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories