www.samajalive.in
Monday, December 15, 2025
26.1 C
Bhubaneswar

ଏଟିଏମ୍‌ ଭିତରେ ଯୁବକଙ୍କୁ ଆକ୍ରମଣ କଲେ ୩ ଦୁର୍ବୃତ୍ତ, ଲୁଟିନେଲେ ୩୫ହଜାର ଟଙ୍କା

ସୋର: ଦିନକୁ ଦିନ ଏଟିଏମ୍‌ ଲୁଟ୍‌ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଆଜି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସୋରଥାନା ଅନ୍ତର୍ଗତ ଷ୍ଟେସନ୍‌ ଛକ ଏସ୍‌ବିଆଇ ଏଟିଏମ୍‌ ଭିତରେ ପଶି ଜଣେ ଯୁବକଙ୍କୁ ମାଡ଼ ମାରି ତାଙ୍କଠାରୁ ୩୫ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।

 

- Advertisement -

ସୂଚନା ଅନୁଯାୟୀ ଆଜି ଜଣେ ଯୁବକ ଷ୍ଟେସନ୍‌ ଛକ ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଯାଇଥିଲେ। ଏଟିଏମ୍‌ ଭିତରକୁ ହଠାତ୍‌ ୩ଜଣ ଦୁର୍ବୃତ୍ତ ପଶିଯାଇ ଯୁବକଙ୍କୁ ଆକ୍ରମଣ କରିଥିଲେ। ସେମାନେ ଏଟିଏମ୍‌ ଭିତରେ ଯୁବକଙ୍କୁ ଆକ୍ରମଣ କରି ୩୫ହଜାର ଟଙ୍କା ଲୁଟ୍‌ କରିନେଇଥିଲେ। ଏଟିଏମ୍‌ରୁ ଟଙ୍କା ଉଠାଉଥିବାବେଳେ ୩ ଦୁର୍ବୃତ୍ତ ଯୁବକଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଯୁବକଙ୍କ ମୋବାଇଲ୍ ଓ ଲାପ୍‌ଟପ୍‌ ମଧ୍ୟ ଭାଙ୍ଗିଦେଇଥିଲେ। ସୋରଥାନା ଷ୍ଟେସନ୍‌ ଛକ ଏଟିଏମ୍‌ ଭିତରେ ମାଡ଼ ଖାଇ ଲୁଟ୍‌ର ଶିକାର ହୋଇଥିବା ଯୁବକ ଜଣକ ସୋରଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ପରେ ପୁଲିସର ସିସିଟିଭି ଯାଞ୍ଚ କରୁଛି ଏବଂ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories