www.samajalive.in
Saturday, December 6, 2025
26.1 C
Bhubaneswar

କଳାହାଣ୍ଡି ଉପରେ ନବୀନଙ୍କ ନଜର ; କରୋନା କଟକଣା ପରେ ବିଜେଡିର ପ୍ରଥମ ଶକ୍ତି ପ୍ରଦର୍ଶନ

ଭବାନୀପାଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା (କେବିକେ) ଉପରେ ଅଧିକ ଫୋକସ କରୁଥିବା ପରିଲକ୍ଷିତ ହେଉଛି । କରୋନା କଟକଣା ଯୋଗୁଁ ୯ ମାସର ସଂଗରୋଧ ରହିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ସାର୍ବଜନୀନ କାର୍ୟ୍ୟକ୍ରମ ପାଇଁ କେବିକେର କଳାହାଣ୍ଡିକୁ ବାଛିଛନ୍ତି। ଏପରିକି ସେ ୧୫ରୁ ଊର୍ଦ୍ଧ୍ବ ମନ୍ତ୍ରୀ, ୬୦ ରୁ ଊର୍ଦ୍ଧ୍ବ ବିଧାୟକ/ବିଧାୟିକା, ସମସ୍ତ କର୍ପୋରେସନ୍‌ ଅଧ୍ୟକ୍ଷ, ରାଜ୍ୟ ବିଜେଡି ସଂଗଠନର ମଙ୍ଗ ଧରିଥିବା ଯୁବ, ଛାତ୍ର ଏବଂ ବରିଷ୍ଠ ବିଜେଡି କର୍ମକର୍ତ୍ତାଙ୍କୁ ନେଇ ​ସେ ଆସନ୍ତା ୧୪ ତାରିଖରେ ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁରକୁ ଆସୁଛନ୍ତି । ସେଠାରେ ୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବୃହତ୍‌ ଉଠାଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଏହା ବିଜେଡି ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ ବୋଲି ଏବେଠାରୁ ଜିଲାରେ ଚର୍ଚ୍ଚା ଆରମ୍ଭ ହେଲାଣି।

ମୁଖ୍ୟମନ୍ତ୍ରୀଙ୍କ ଉପରୋକ୍ତ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ଓ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟା. ଦିବ୍ୟଶଙ୍କର ମିଶ୍ର, ଯାଜପୁର ବିଧାୟକ ତଥା ବିଜେଡି ସଂଗଠନର ମଙ୍ଗ ଧରିଥିବା ପ୍ରଣବ ପ୍ରକାଶ ଦାସ, ବିଜେଡି ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ଦୁଇଦିନ ହେଲା ଉକ୍ତ ଅଞ୍ଚଳରେ ରହି କାର୍ୟ୍ୟକ୍ରମ ତଦାରଖ କରୁଛନ୍ତି । ସମାବେଶ ସ୍ଥାନରେ ୩ଟି ମଞ୍ଚ ଏବଂ ହେଲିପ୍ୟାଡ ନିର୍ମାଣ ହେଉଛି। ମୁଖ୍ୟମଞ୍ଚରେ ମୁଖ୍ୟମନ୍ତ୍ରୀ, ତାଙ୍କ ବ୍ୟକ୍ତିଗତ ସଚିବ ଓ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିବାବେଳେ ଦ୍ୱିତୀୟ ମଞ୍ଚରେ ୧୫ଜଣ ମନ୍ତ୍ରୀ, ୬୦ ଜଣ ବିଧାୟକ, ରାଜ୍ୟ ଓ ଜିଲା ବିଜେଡିର କର୍ମକର୍ତ୍ତା, କର୍ପୋରେସନ୍‌ ଅଧ୍ୟକ୍ଷ ମାନେ ବସିବେ। ସେହିପରି ତୃତୀୟ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମଞ୍ଚର ୬୦ ଫୁଟ ଦୂରରେ ଧର୍ମଗଡ଼ ଉପଖଣ୍ଡର ପ୍ରତି ପଞ୍ଚାୟତରୁ ୧୦ ଜଣ ଲେଖାଏଁ ଚାଷୀ ବସିବେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସମସ୍ତ ମନ୍ତ୍ରୀ, ବିଧାୟକ, କର୍ପୋରେସନ୍‌ ଅଧ୍ୟକ୍ଷ, ବିଜେଡି କର୍ମକର୍ତ୍ତା, ପୁଲିସ, ସାମ୍ବାଦିକ, ସାଂସ୍କୃତିକ ଦଳ ଏବଂ ଜନସାଧାରଣଙ୍କ କୋଭିଡ୍‌ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ୫ ଜଣ ସ୍ୱତନ୍ତ୍ର ଗାଡିଚାଳକଙ୍କୁ ଭବାନୀପାଟଣା ସର୍କିଟ୍‌ ହାଉସରେ ସମାବେଶର ୪ ଦିନ ପୂର୍ବରୁ କୋଭିଡ୍‌ ପରୀକ୍ଷା କରାଯାଇ ସଂଗରୋଧରେ ରଖାଯିବ। ଜିଲାପାଳ ଡଃ ଗାଭାଲି ପରାଗ ହର୍ଷଦ, ଏସ୍‌ପି ଡଃ ବିବେକ ଶ୍ରବଣ, ଧର୍ମଗଡ଼ ଉପଜିଲାପାଳ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories