www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ ସ୍ୱାଭିମାନ ଟ୍ରଷ୍ଟ ବୌଦ୍ଧ ଶାଖା ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଭାରତ ସ୍ୱାଭିମ଼ାନ ଟ୍ରଷ୍ଟ ପକ୍ଷରୁ ଅନୁଗୁଳ ଜିଲ୍ଲା କିଆକଟା ନିକଟସ୍ଥ ବନଦୁର୍ଗା ମନ୍ଦିର ପନ୍ଥେଇ ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯୋଗଦ୍ୱାରା ମନୁଷ୍ୟର ଶାରିରୀକ, ମାନସିକ ବିକାଶ ସହିତ ରାଷ୍ଟ୍ରର ଉନ୍ନତିରେ କିପରି ସହାୟକ ହୋଇଥାଏ ସେ ସଂପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଭାରୀ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପତଂଜଳି ଯୋଗପୀଠ ହରିଦ୍ୱାର ଦ୍ୱାରା ପ୍ରଦତ ମୁଖ୍ୟ ଯୋଗ ଶିକ୍ଷକ ସାର୍ଟିଫିକେଟ ଲିଙ୍ଗରାଜ ମେହେର ଓ ଶବର ସେଠୀଙ୍କୁ ଓ ରାଜ୍ୟ ସମିତି ଦ୍ୱାରା ପ୍ରଦତ ସହ ଯୋଗ ଶିକ୍ଷକ ସାର୍ଟିଫିକେଟ ଶୈଳବାଳା ପାଣିଗ୍ରାହୀ ଓ ନିଳାଚଂଳ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ଯୁଗ୍ମ କୃଷି ନିଦ୍ଦେର୍ଶକ ରାମଚନ୍ଦ୍ର ନାୟକ ଫାର୍ମ ଓ ବିହନ ବିଭାଗ ମହିଳା ପ୍ରଭାରୀ ଅନିମା ପଟ୍ଟନାୟକ, ଜିଲ୍ଲା ଉନ୍ନୟନ ପରିଷଦର ସଭାପତି ଚିତରଂଜନ ଦାଶ, ଦୂରଦର୍ଶନର ସାମ୍ବାଦିକ ସଂପଦ କୁମାର ଅଗ୍ରୱାଲା ପ୍ରମୁଖ ଯୋଗ ଦେଇ ପୁରଷ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମିର କୁମାର ସାହୁ, ବିଜୟ କୁମାର ସାହୁ, ଝରଣା ମିଶ୍ର, ଆଶାରାଣୀ ମିଶ୍ର, ବନିତା ମହାପାତ୍ର, ଲୀନା ମିଶ୍ର, ମମତା ଅଗ୍ରଓ୍ୟାଲା ପ୍ରମୁଖ ଆଧ୍ୟାତ୍ମକ କବିତା ଓ ଭଜନ ପରିବେଷଣ କରିଥିଲେ। ବିଶ୍ୱଶାନ୍ତି ନିମନ୍ତେ ଅନୁଷ୍ଠିତ ଯଜ୍ଞ କାର୍ଯ୍ୟକ୍ରମକୁ ସୌମ୍ୟରଂଜନ ପୁରୋହିତ ପରିଚାଳନା କରିଥିଲେ। ସାମୁହିକ ହନୁମାନ ଚାଳିଶା ପାଠ କରାଯାଇଥିଲା। ଆସନ୍ତା ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ରାଜ୍ୟ ମହିଳା ପତଂଜଳି ଯୋଗ ସମିତି ପକ୍ଷରୁ ଆୟୋଜିତ ସହ ଯୋଗ ଶିକ୍ଷକ ତାଲିମ ଶିବିରରେ ଅଂଶଗ୍ରହଣ କରିବା ପାଇଁ ଆଲୋଚନା ହୋଇଥରଲା। କାର୍ଯକ୍ରମକୁ ରଂଜୀତା ମିଶ୍ର, ସୁଶାନ୍ତ ମହାପାତ୍ର, ମାନସ ରଂଜନ ସେଠୀ, ଚିତରଂଜନ ମିଶ୍ର, ଦିଲ୍ଲୀପ କୁମାର ସାହୁ, ଆଶୁତୋଷ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories