ଝରିଗାଁ ପଞ୍ଚାୟତ ସମିତିସ୍ତରୀୟ ଜନଶୁଣାଣୀ ଶିବିର
ନବରଙ୍ଗପୁର: ଝରିଗାଁ ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଆଜି ଝରିଗାଁ ପଞ୍ଚାୟତ ସମିତି କାର୍ୟ୍ୟାଳୟରେ ଜିଲାପାଳ ଡ.କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଝରିଗାଁ ପଞ୍ଚାୟତ ସମିତି ର ବିଭିନ୍ନ ଅଞ୍ଚଳରୁ ଜିଲାପାଳଙ୍କୁ ଭେଟି ନିଜର ତଥା ନିଜ ଅଞ୍ଚଳ ର ସମସ୍ୟା,ଆପତ୍ତି ଅଭିଯୋଗ ଜଣାଇ ବା ପାଇଁ ଆସିଥିବା ୩୩ ଜଣଙ୍କର ନାମ ପଞ୍ଜୀକରଣ କରାଯାଇଥିଲା। ସେଥିମଧ୍ୟରୁ ୨୫ ଜଣଙ୍କର ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବାବେଳେ ୦୮ ଗୋଟି ଗୋଷ୍ଠିଗତ ଥିଲା। ଏଥିରେ ପାନୀୟଜଳ, ସ୍ବାସ୍ଥ୍ୟ ସେବା, ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଭତ୍ତା,ଶିକ୍ଷା ବ୍ୟବସ୍ଥା, ରାସ୍ତା, ପୋଲ ନିର୍ମାଣ, ଜଙ୍ଗଲ ଜମି ପଟ୍ଟା, ବେସାମରିକ ଯୋଗାଣ ବ୍ୟବସ୍ଥା, ସାମାଜିକ,ପାରିବାରିକ ସମସ୍ୟା, ମଦଭାଟି ବନ୍ଦ କରିବା, କର୍ମ ନିଯୁକ୍ତି,ସାମାଜିକ ସୁରକ୍ଷା, ଜମିଜମା ସଂକ୍ରାନ୍ତୀୟ ଇତ୍ୟାଦି ଅନ୍ତର୍ଭୁକ୍ତ। ଜିଲାପାଳ ଡ. କମଳ ଲୋଚନ ମିଶ୍ର ଲୋକଙ୍କର ସମସ୍ୟା, ବ୍ୟକ୍ତି ଗତ ଆପତ୍ତି, ଅଭିଯୋଗ ଜଣାଇବା ପାଇଁ ଆସିଥିବା ସମସ୍ତ ଜନସାଧ।ରଣଙ୍କୁ ଭେଟି ତାଙ୍କର ଆପତ୍ତି ଅଭିଯୋଗ ଶୁଣାଣୀ କରିବା ସହିତ ସମସ୍ତଙ୍କ ଠାରୁ ଦରଖାସ୍ତ ଗ୍ରହଣ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ତଥା ବ୍ଲକ୍ ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ସ୍ତରରେ ଲୋକଙ୍କର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସେବା ମନୋଭାବ ନେଇ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ଜନ ଶୁଣାଣୀ ଶିବିରରେ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଜିଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ରତ୍ନାକର ସାହୁ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ପ୍ରଶାସକ ଅଭିମନ୍ୟୁ ମାଝୀ, ଜିଲାଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲା ବେସାମରିକ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ଉପନିର୍ଦେଶକ କୃଷି ଉଦ୍ୟାନ ବିଭାଗ ଡ. ପ୍ରଦୋଷ କୁମାର ପଣ୍ଡା, ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଲ୍, ଜିଲା ସମାଜ କଲ୍ୟାଣ ଅଧିକାରୀସ୍ବର୍ଣ୍ଣ ଲତା ବିଶ୍ୱାସ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଜିଲା କର୍ମ ନିୟୋଜନ ଅଧିକାରୀ ତତ୍ତ୍ବମଶି ମହାପାତ୍ର, ଜିଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, ପୁଲିସ ପ୍ରଶାସନ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଜିଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ୩୯ଜଣ ଦିବ୍ୟଙ୍ଗଙ୍କୁ ଟ୍ରାଏ ସାଇକଲ, ୦୭ ଜଣ ଦୀବ୍ୟାଙ୍ଗ ଙ୍କୁ ହୁଇଲଚେୟାର,୧୨ଜଣଙ୍କୁ ହେଆରିଂ ଆଡ୍, ୦୨ ଜଣକୁ ଅନ୍ଧ ଛଡ଼ି ଜିଲାପାଳ ଡ. କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।
Comments are closed.