ଚାଷ କ୍ଷେତ୍ରରେ ବୈଜ୍ଞାନିକ ଜ୍ଞାନ କୌଶଳ ବ୍ୟବହାର ଜରୁରୀ- ଜିଲାପାଳ

ନବରଙ୍ଗପୁର: ଚାଷୀ ହସିଲେ ଜିଲା ହସିବ , ତେଣୁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ଦିଗରେ ଚାଷୀ ମାନେ ଆଗେଇ ଆସିବା ଦରକାର ବୋଲି ଜିଲାପାଳ କୋମଳ ଲୋଚନ ମିଶ୍ର ମତବ୍ୟକ୍ତ କରିଛନ୍ତି। ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମଧ୍ୟମରେ ଆଜି କୋଷାଗୁମୁଡ଼ା ବ୍ଲକ ପରିସରରେ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ ଜୈବ ସାର ବ୍ୟବହାରର ତାଲିମ୍ ଓ ବଣ୍ଟନ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲାପାଳ ଶ୍ରୀ ମିଶ୍ର ଯୋଗ ଦେଇ ଚାଷୀମାନେ ବୈଜ୍ଞାନିକ କୌଶଳ ଜମିରେ ପ୍ରୟୋଗ କରିପାରିଲେ ଖର୍ଚ୍ଚ କମ୍ ହେବା ସହ ଉତ୍ପାଦନ ବୃଦ୍ଧି କରାଯାଇପାରିବ ବୋଲି କହିଥିଲେ। ଜିଲା ଉଦ୍ୟାନ କୃଷି ଉପନିର୍ଦ୍ଦେକ ପ୍ରଦୋଷ କୁମାର ପଣ୍ଡା ଯୋଗ ଦେଇମାଟିରେ ଜୈବ ସାର ପ୍ରୟୋଗ ଦ୍ବାରା ଜମିର ଉର୍ବର ଶକ୍ତି ବୃଦ୍ଧି ପାଇବା ସହ ପରିବେଶ ଓ ସ୍ବାସ୍ଥ୍ୟ ସମସ୍ୟା ଦୂର କରାଯାଇ ପାରିବ ବୋଲି କହିଥିଲେ। ବ୍ଲକ ମତ୍ସ୍ୟ ଅଧିକାରୀ ଗିରିଜା ଶଙ୍କର ପଟ୍ଟନାୟକ ଓ ବ୍ଲକ୍ କୃଷି ଅଧିକାରୀ ଦୁର୍ୟୋଧନ ଜାନୀ ଜୈବ ସାର ପ୍ରୟୋଗରେ ମାଟି ଓ ଫସଲରେ ହୋଇଥିବା ଲାଭ ସମ୍ପର୍କରେ କହିଥିଲେ। ଆତ୍ମାର ଉପ ପ୍ରକଳ୍ପ ନିର୍ଦେଶକ କମଳ ଲୋଚନ ନାୟକ ଉପସ୍ଥିତ ରହି ତୈଳବୀଜ ,ଡାଲି ଜାତୀୟ ଫସଲ ସହ ମକା, ଧାନ ଫସଲରେ ବିଭିନ୍ନ ପ୍ରକାରର ଜୈବ ସାର ପ୍ରୟୋଗ କରାଯାଇପାରିଲେ ଏହା ଦ୍ବାରା ମାଟିର ଗୁଣ ବୃଦ୍ଧି ସହ ଫସଲ ଉତ୍ପାଦନ ବୃଦ୍ଧି ପାଇପାରିବ ବୋଲି ସେ କହିଥିଲେ ।

 

prayash

ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ପୁନିତ୍ ସିଂ ଚୌହାନ ଯୋଗ ଦେଇ ଧାନ ଗଛର ଚେର, ହଳଦୀ, ଅଦା ମକା ଫସଲରେ ଜୈବ ସାର ପ୍ରୟୋଗ ଦ୍ବାରା ରୋଗ ପୋକ କମ୍ ହେବା ସହ ରାସାୟନିକ ସାର ଶତକଡା ୩୦ ଭାଗ ପର୍ୟ୍ୟନ୍ତ କମ୍ କରାଯାଇ ପାରିବ ବୋଲି କହିଥିଲେ। ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନର ବୈଷୟିକ ଅଧିକାରୀ ଶଶାଙ୍କ ମିଶ୍ର ବୈଷୟିକ ତାଲିମ୍ ପ୍ରଦାନ କରିଥିଲେ। ଉମା ଶଙ୍କର ସବୁଜ ଦୁନିଆ ର ଅଧ୍ୟକ୍ଷା କ୍ରିଷ୍ଣା ନାୟକ ଯୋଗ ଦେଇ ମାଟି ସହ ସ୍ବାସ୍ଥ୍ୟର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥଲେ। ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପର କ୍ରିୟାନୟନ ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ସଭା କାର୍ୟ୍ୟ ପରିଚାଳନା କରିଥିଲେ। ପ୍ରାୟ ୧୫୦ ଜଣ ଚାଷୀଙ୍କୁ ଏକ କେଜି ଲେଖାଏଁ ଜୈବ ସାର ପ୍ରଦାନ କରାଯାଇ ଥିଲା।

kalyan agarbati

Comments are closed.