ପରିବେଶ ସ୍ୱଚ୍ଛ ସୁନ୍ଦର ଓ ସବୁଜ ରହିଲେ ଆମେ ସୁରକ୍ଷିତ ରହିବା

ନବରଙ୍ଗପୁର: ପରିବେଶ ସ୍ୱଚ୍ଛ ସୁନ୍ଦର ଓ ସବୁଜ ରହିଲେ ଆମେ ସୁରକ୍ଷିତ ରହିବା, ଏକ ସୁସ୍ଥ ସମାଜ ପାଇଁ ସୁନ୍ଦର ଓ ସୁରକ୍ଷିତ ପରିବେଶର ଆବଶ୍ୟକତା ରହିଛି। ଏଥିପ୍ରତି ଆମେ ଯତ୍ନବାନ ହେବା ସହ ନିଜ ପରିବେଶର ସୁରକ୍ଷା ପାଇଁ ଆମେ ପ୍ରତିବଦ୍ଧ ହେବାକୁ ବିଶିଷ୍ଟ ବକ୍ତାମାନେ ପ୍ରକାଶ କରିଛନ୍ତି। ଆଜି ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲା ଆଇନଜୀବୀ ସଂଘ, ପ୍ରୟାସ ଏବଂ ପ୍ରୋଜେକ୍ଟ ପଏଣ୍ଟ ସାମାଜିକ ଅନୁଷ୍ଠାନ ସହଯୋଗ ରେ ଜିଲା କୋର୍ଟ ପରିସରରେ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଦାଲତ ପରିସରରେ ବଟ ବୃକ୍ଷ ଓ ଅନ୍ୟାନ୍ୟ ଚାରା ରୋପଣ କରାଯାଇଥିଲା। ଅତିଥି ଭାବେ ଅତିରିକ୍ତ ଜିଲା ଜଜ୍ (ପକସୋ) ପ୍ରଣତି ସାହା, ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ତଥା ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ଏସଡିଜେଏମ୍ ପ୍ରିୟରଞ୍ଜନ ଓଝା, ଜିଲାପାଳ ଡ.କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ, ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ଜିଲ୍ଲା କର୍ମନିୟୋଜନ ଅଧିକାରୀ ତତ୍ତ୍ୱମସୀ ମହାପାତ୍ର, ଓରମାସର ଉପ-ମୁଖ୍ୟ ନିର୍ବାହୀ ଅଧିକାରୀ ଅଳକା ଉମା ମହେଶ, ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରୋଜେକ୍ଟ ପଏଣ୍ଟର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ସାମନ୍ତରାୟ ଯୋଗଦେଇଥିଲେ।

 

prayash

ଏହି ଅବସରରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଓ ବୃକ୍ଷ ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ଆଇନଜୀବୀ ସଂଘକୁ, ଜିଲ୍ଲା ଲାୟନ୍ସ କ୍ଲବ ସଭାପତି ଜଗନ୍ନାଥ ମହାପାତ୍ର, ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା, ସାମାଜିକ କର୍ମୀ ପୂର୍ଣ୍ଣଚନ୍ଦ୍ର ବାଘ , ସାମାଜିକ କର୍ମୀ ଶୋଭାମଣୀ ଭତ୍ରା ଓ ଶିକ୍ଷକ ତ୍ରିନାଥ ମାଳୀ ଙ୍କୁ ଗଛ ଚାରା ସମ୍ମାନ ସହ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ସରକାରୀ ଆଇନଜୀବୀ ତଥା ସଂଘ କାର୍ୟ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ମୀନାକ୍ଷୀ ପାଢ଼ୀ, ପ୍ରଦୀପ ସାହୁ, ଶ୍ରୀକାନ୍ତ କୁମାର ପଣ୍ଡା, ସାଇ କେଆର ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପାଢ଼ୀ ଓ ଛାତ୍ର ଛାତ୍ରୀ ମାନେ, ଜିଲ୍ଲା କୋର୍ଟ ନାଜିର ଅନୀଲ ଷଡ଼ଙ୍ଗୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦିପ୍ତୀ ରଞ୍ଜନ ପରିଡ଼ା, ଅରୁଣ, ପ୍ରୟାସ ର ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ, ପ୍ରୋଜେକ୍ଟ ପଏଣ୍ଟର ସମ୍ପାଦକ ବଳରାମ ବେହେରା ପ୍ରମୁଖ ଯୋଗଦେଇଥିଲେ।

kalyan agarbati

Comments are closed.