www.samajalive.in
Monday, December 8, 2025
16.1 C
Bhubaneswar

ଗାଁ ମଝିରେ ଫାଟିଲା ପାଣି ପାଇପ, ରାସ୍ତା ଅବସ୍ଥା ଶୋଚନୀୟ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ବଡ଼କୁମୁଲି ପାନ ପଞ୍ଚାୟତର ଚିକିଲି ହରିଜନ ସାହି ମଝି ରାସ୍ତାରେ ସପ୍ଲାଇ ପାଣି ପାଇପ ଫାଟି ଯାଇଥିଲା। ପାଣି ପାଇପ୍‌ ଫାଟି ଯିବାରୁ ସେଠାକାର ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକ ବାରମ୍ବାର ନିବେଦନ କରୁଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଏହାକୁ ନେଇ ଦିନକୁ ଦିନ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି।

ସୂଚନା ମୁତାବକ ଆଜକୁ ପ୍ରାୟ ୩ମାସରୁ ଊର୍ଦ୍ଧ୍ବ ହେବ, ହରିଜନ ସାହି ଦେଇ ପାଣି ପାଇପ ଫାଟି କୁତ୍ରିମ ପୋଖରୀ ସୃଷ୍ଟି ହୋଇ ପରିବେଶକୁ ଦୂଷିତ କରିବା ସହ ରାସ୍ତା ସାରା କାଦୁଅ ପଚପଚ ହୋଇ ଲୋକଙ୍କୁ ଯିବାଆସିବାରେ ଅସୁବିଧା ସୃଷ୍ଟି ହେଉଅଛି। ଏପରିକି ରାସ୍ତା କଡରେ ଥିବା ଡ୍ରେନର ଅବସ୍ଥା ମଧ୍ୟ ନ କହିଲେ ଭଲ, ଡ୍ରେନ ଭାଙ୍ଗି ମାଟି ଭର୍ତ୍ତି ହୋଇପଡିଛି। ଯଦ୍ୱାରା ଚଳିତ ବର୍ଷର ବର୍ଷାଋତୁରେ ୩ ମାସ ରାସ୍ତା ମଝି ଭାଗରେ ପାଣି ଜମି ରହିବାରୁ କଂକ୍ରିଟ ରାସ୍ତା ଭାଙ୍ଗି ଯାଇଛି। ଏହି ରାସ୍ତାରେ ଲୋକେ ଚାଲିକି ଯିବା ଆସିବା ବି କଷ୍ଟକର ହୋଇପଡ଼ିଛି। ସାହିର ଲୋକେ ପିଇବା ପାଣି ପାଇଁ ସେହି ରାସ୍ତା ଦେଇ ଯିବାବେଳେ ମୁହଁରେ ଗାମୁଛା ଦେଇ ଯିବା ଆସିବା କରୁଛନ୍ତି। ସାହି ରାସ୍ତାଟି ଦୁର୍ଗନ୍ଧରେ ଫାଟି ପଡୁଥିବା ସାହି ଲୋକ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ବ୍ଲକ, ଏବଂ ପଂଚାୟତ କାର୍ୟ୍ୟାଳୟକୁ ଯାଇ ଗ୍ରାମବାସୀ ଅଭିଯୋଗ କରିଥିଲେ ହିଁ କେହି ବି କୌଣସି ପଦକ୍ଷେପ ନେଉ ନଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ପଟେ ମହାମାରୀ କରୋନା ରେ ସତର୍କ ରହିବା ଏବଂ ଗ୍ରାମ ପରିବେଶକୁ ସଫା ସୁତରା ରଖିବା ପାଇଁ ସରକାର ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଠି ଲୋକଙ୍କ ଅଭିଯୋଗ ପରେ ବି ପ୍ରଶାସନ କର୍ଣପାତ କରୁନଥିବା ଅଭିଯୋଗ ଦେଖିବାକୁ ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories