www.samajalive.in
Friday, December 12, 2025
15.1 C
Bhubaneswar

ନନ୍ଦାହାଣ୍ଡିରେ ୮୧.୫୨% ଓ ତେନ୍ତୁଳିଖୁଣ୍ଟିରେ ୮୦.୩୦% ଭୋଟଦାନ

ନବରଙ୍ଗପୁର: ଜିଲାର ନନ୍ଦାହାଣ୍ଡି ବ୍ଲକ ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି। ନନ୍ଦାହାଣ୍ଡିରେ ୮୧.୫୨% ଓ ତେନ୍ତୁଳିଖୁଣ୍ଟିରେ ୮୦.୩୦% ଭୋଟଦାନ ହୋଇଛି। ପୂର୍ବାହ୍ନ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ତେବେ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହ ହୋଇଥିବା ବେଳେ କୈାଣସି ଅପ୍ରତିକର ଘଟଣା ଘଟିନାହିଁ। ଜିଲାପାଳ ଡଃ.କମଳଲୋଚନ ମିଶ୍ର ଓ ଏସପି ପିଏସ. ପୁରୁଷୋତ୍ତମ ଦାସ ବିଭିନ୍ନବୁଥକୁ ଯାଇ ଅନୁଧାନ କରିଥିଲେ। ତେବେ ନନ୍ଦାହାଣ୍ଡି ବ୍ଲକର ଦହଣାପଞ୍ଚାୟତର ୭ନମ୍ବର ୱାର୍ଡରେ ସରପଞ୍ଚ ପ୍ରାର୍ଥୀଙ୍କର ବାଲାଟ ପତ୍ର (ଭୋଟ ପତ୍ର)ରେ ଏକ ନିର୍ଦ୍ଧିଷ୍ଟ ଚିହ୍ନରେ ମୋହର ବାଜିଥିବା ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।

ତେବେ ଏହାକୁ ପ୍ରିଜାଇଡିଂ ଅଧିକାରୀ ଅସ୍ୱୀକାର କରିଛନ୍ତି। ପୂର୍ବରୁ ଏଭଳି ଚିହ୍ନଥିବା କହିଛନ୍ତି। ଖବର ପାଇଁ ପୁଲିସ ପହଞ୍ଚି ନିୟନ୍ତ୍ରଣ କରିଥିଲେ। ପରେ ବିଡିଓ ପହଞ୍ଚି ବୁଝାସୁଝା କରି ବିଫଳ ହେବା ପରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ ପହଞ୍ଚି ଘଟଣା ସଂପର୍କରେ ଅବଗତ ହୋଇଥିଲେ। ଏହାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଏହି ଘଟଣାକୁ ଛାଡିଦେଲେ ସୁରୁଖୁରୁରେ ନିର୍ବାଚନ ଶେଷ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories