ବଲାଙ୍ଗିର: କମ ଦାମରେ ରନ୍ଧନ ଗ୍ୟାସ, ବର୍ଷକୁ ୨କୋଟି ନିଯୁକ୍ତି ସୃଷ୍ଟି ଓ ଦରଦାମ ନିୟନ୍ତ୍ରଣ ଆଦିରେ କେନ୍ଦ୍ର ସରକାର ବିଫଳ। ଠିକ ସେହିପରି ରାଜ୍ୟ ସରକାର ଶିକ୍ଷା, କୃଷି, ଜଳସେଚନ, ଡାକ୍ତରଖାନାରେ ଡାକ୍ତର, ସ୍କୁଲରେ ଶିକ୍ଷକ ଦେବାରେ ବିଫଳ। ତଥାପି ଲୋକ ବିଭିନ୍ନ ନିର୍ବାଚନରେ ବାରମ୍ବାର ଭୋଟ ଦେଉଥିବାରୁ ଉଭୟ ବିଜେପି ଓ ବିଜେଡି ଦଳର ଅହଙ୍କାର ବଢ଼ିଯାଇଛି। ବଲାଙ୍ଗିର ସଦର ପଞ୍ଚାୟତ ସମିତିର ୨୩ ନମ୍ବର ଜିଲା ପରିଷଦର କଂଗ୍ରସ ପ୍ରାର୍ଥୀ ନିଳାଦ୍ରୀ ସେଠଙ୍କୁ ଭୋଟ ଦେଇ ଏକ ସ୍ପଷ୍ଟ ଜନାଦେଶ ଦିଅନ୍ତୁ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରଚାର ସମୟରେ ଲୋକଙ୍କୁ ନିବେଦନ କରିଛନ୍ତି। ଆଜି ସଦର ବ୍ଲକ ଅନ୍ତର୍ଗତ ବରକାନୀ, ଅଏଁଲାଚୁଆଁ, ବାଗଡ଼଼ିହି, ମାଧିଆପାଲି, ରିନବଚନ, ବିରମୁଣ୍ଡା, ସଦେଇପାଲି ଓ ଗନ୍ଧରେଲ ଗାଁରେ ଅନୁଷ୍ଠିତ ନିର୍ବାଚନୀ ପ୍ରଚାର ସମୟରେ ଶ୍ରୀ ମିଶ୍ରଙ୍କ ସହ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମାଶଙ୍କର ପଣ୍ଡା, ଜିଲା ଉପ ସଭାପତି ମନୀଷ ମିଶ୍ର, ସୌମ୍ୟଦୀପ ସରାଫ, ଜୁଲୁ ପଟ୍ଟନାଏକ, ବିଧାୟକ ପ୍ରତିନିଧି କିଶୋର ସିଂ, ଧୃବ ସାହୁ, ବିଭୁ ପ୍ରସାଦ, ସରତ ଭୋଇ, ଫକିରମୋହନ ଥାଟି, ତ୍ରିନାଥ ରାଉତ ଓ ଅଜିତ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



