ଆରଡି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାନ୍ଦବାଲି ବ୍ଲକରେ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତରେ ୫୩ଟି ବୁଥରେ ଭୋଟ ଗ୍ରହଣ କରାଯାଇଥିଲା। ଭୋଟରମାନେ ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୭ଟାରୁ ଦିନ ୧ଟା ଯାଏଁ ନିଜର ମତ ସାବସ୍ତ୍ୟ କରିଥିଲେ। ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ମତ ସାବସ୍ତ୍ୟ କରିଥିବା ଅନେକ ନୂଆ ଭୋଟରଙ୍କୁ ଦେଖିବାକୁ ମିଳିଥିଲା। ଏପରିକି ବୃଦ୍ଧ ବୃଦ୍ଧାଙ୍କ ଠାରୁ ଆରମ୍ଭ କରି ଭିନ୍ନକ୍ଷମ ଲୋକ ସେମାନଙ୍କର ମତ ସାବସ୍ତ୍ୟ କରିଥିଲେ। ସମସ୍ତ ବୁଥରେ ପୁଲିସ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
Popular Categories



