www.samajalive.in
Monday, December 15, 2025
15.1 C
Bhubaneswar

ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ

ନବରଙ୍ଗପୁର: ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆଜି ନବରଙ୍ଗପୁର ବ୍ଲକ କାର୍ୟ୍ୟ।ଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ଅଧକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ପାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ଦିବସର ଉଦେଶ୍ୟ ବିଷୟରେ ଆଲୋକ ପାତ କରି କହିଲେଯେ ପ୍ରତେକ ଝିଅ ମାନଙ୍କର ସୁରକ୍ଷା ଓ ଉଜ୍ଜଳ ଭବିଷ୍ୟତ ହିଁ ସରକାରଙ୍କ ଲକ୍ଷ।  କରୋନା ଭଳି ମହାମାରୀ ସାମୟରେ ଡିଜିଟାଲ ବେବସ୍ଥା ଗୁରୁତ୍ଵ ଆମେ ସମସ୍ତେ ଉପଲବ୍ଧ କରିଛେ। ଚଳିତ ବର୍ଷ ଶିଶୁ କନ୍ୟା ଦିବସ ର ବାର୍ତ୍ତା ରହିଛି “ଡିଜିଟାଲ ଜେନେରେସନ, ଆୱାର ଜେନେରେସନ । ନିଜର ବକ୍ତବ୍ୟ ରେ ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ କହିଲେ ଯେ ପୁଅ ମାନଙ୍କ ଠାରୁ ଝିଅ ମାନେ କୌଣସି ଗୁଣରେ କମ ନୁହଁନ୍ତି ।

 

- Advertisement -

ଖୁସିର କଥା ଆମ ଜିଲ୍ଲାରେ ପୁରୁଷମାନଙ୍କ ଅନୁପାତରେରେ ମହିଳା ମାନଙ୍କ ସଂଖ୍ୟା ଅଧିକ । କିନ୍ତୁ ସମାଜରେ ରକ୍ଷଣଶିଳ ମନଭାବ ଓ ଝିଅ ମାନଙ୍କ ପ୍ରତି ଆମର ଦ୍ରୁଷ୍ଟି କୋଣରେ ସେମାନଙ୍କୁ ପଛରେ ବୋଲି କୁହାଯାଉଛି । ସମୟରେ ପରିବର୍ତ୍ତନ ଆସିଛି , ତେଣୁ ଆମମାନଙ୍କୁ ମିଳିମିଶି ବାଳିକା ମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରିବାକୁ ପଡିବ। ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ନିଜର ବକ୍ତବ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ୟାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ନିର୍ୟ୍ୟାତନା, ଲିଙ୍ଗଗତ ହିଂସା ଉପରେ ସଚେତନତା କାର୍ୟ୍ୟ କ୍ରମ ଚାଲୁଥିବାର ସୂଚନାଦେଇ ଥିଲେ । ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ “ଡିଜିଟାଲ ଜେନେରେସନ, ଆୱାର ଜେନେରେସନ “ ଉପରେ ଆଲୋଚନା କରି ଆଜିର ଦିନରେ ଯୁବକ ଯୁବତୀ ମାନଙ୍କ ପାଇଁ ସ୍ମାର୍ଟଫୋନ ,ଫେସେବୁକ ଇତ୍ୟାଦି ସୋସିଆଲ ମିଡିଆ ପ୍ରୟୋଗ ଗୁଡିକରେ ନୂତନ ଶିକ୍ଷା ଓ ଯୋଗାଯୋଗ ପାଇଁ ସୁଯୋଗ ସୃଷ୍ଟି କରିଥିବାର ବିଭିନ୍ନ ଦିଗ ଓ ଅନଲାଇନ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧରେ ବିଡିଓ ସୁକାନ୍ତ ପଟ୍ଟନାୟକ , ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସରୋଜିନୀ ରଥ , ଏସେ ଗୀତା ,ବିନୋଦିନୀ ପଟ୍ଟନାୟକ, ସୁପରଭାଇଜର ସସ୍ମିତା ମହାନ୍ତି ,ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ୟା ,ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମୁଖିନ୍ନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲାରେ ବାଲ୍ୟ ବିବାହ କୁ ରୋକିବା ଓ ଶିଶୁ ସୁରକ୍ଷା ଦିଗରେ କାମ କରିଥିବା ଅଙ୍ଗନୱାଡିକର୍ମୀ ଓ ସଖୀ ସହେଳି ମାନଙ୍କୁ ଉପଢକନ ଏବଂ ମାନପତ୍ର ଦେଇ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ସମ୍ମାନିତ କରାଯାଇ ଥଲା । ନନ୍ଦାହାଣ୍ଡି ବ୍ଲକର ଦଳେଇଗୁଡା ଗ୍ରାମର କିଶୋର କିଶୋରୀ ମାନେ ସଚେତନ ମୂଳକ ନାଟ୍ୟ ପରିବେଷଣ କରିଥିଲେ । ସହକାରୀ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନରହରି ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories