www.samajalive.in
Tuesday, December 9, 2025
16.1 C
Bhubaneswar

ନବରଙ୍ଗପୁରରେ କରୋନାର ସଠିକ ପରିଚାଳନା ଓ ଡାକ୍ତର ସମସ୍ୟା ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ନବରଙ୍ଗପୁର : ନବରଙ୍ଗପୁର ଜିଲା ପକ୍ଷରୁ ଜିଲାରେ ଡାକ୍ତର ସମସ୍ୟା ଓ କରୋନାର ସଠିକ ପରିଚାଳନା କରାଯିବା ପାଇଁ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପତ୍ରପ୍ରଦାନ କରାଯାଇଛି । ମହାମାରୀ କରୋନାକୁ ନେଇ କେନ୍ଦ୍ରସରକାର ବହୁ ପଦକ୍ଷେପ ନେଇଛନ୍ତି । ତେବେ ଏହାକୁ ରାଜ୍ୟସରକାର ଓ ଜିଲାପ୍ରଶାସନ ସଠିକ ଭାବେ କାର୍ଯ୍ୟକାରୀ କରୁନାହାନ୍ତି । ଆଦିବାସୀ ଅଧ୍ୟୁସିତ ନବରଙ୍ଗପୁର ଜିଲାରେ କରୋନା ପରିଚାଳନାରେ ବହୁ ଅବହେଳା କରାଯାଉଛି। ଜିଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି । ଜିଲାରେ ଡାକ୍ତରଅଭାବ ହୋଇଛି। ନବରଙ୍ଗପୁର ଜିଲାରେ ୨୬୪ ଜଣ ଡାକ୍ତର ପଦବୀ ମଧ୍ୟରୁ ୧୦୫ ଡାକ୍ତରୀ ନିଯୁକ୍ତି ଦିଆଯାଇଛି। ଯାହାକି ଏହି ଆଦିବାସୀ ଅଧ୍ୟସୁିତ ଜିଲା ପ୍ରତି ରାଜ୍ୟସରକାର ଅବେହଳା କରାଯାଇଛି। ଏଭଳି ପରିସ୍ଥିତିରେ ୨୧ ଜଣ ଆୟୁଷ ଡାକ୍ତରକୁ ଗଞ୍ଜାମ ଜିଲାକୁ ପଠାଯାଇଛି। ଏହା ସହିତ ସିଡିଏମଓ ଓ ୨ବରିଷ୍ଠ ଡାକ୍ତରଙ୍କର ବଦଳି କରାଯାଇଛି।ଯାହାକି ଜିଲାରେ ଚିକିତ୍ସା ସେବାରେ ବାଧା ସୃଷ୍ଟି ହୋଇଛି। ପଡୋଶୀ ଜିଲାରେ କରୋନାରେ ସବିଶେଷ ତଥ୍ୟ ଦିଆଯାଉଥିବାବେଳେ ଜିଲାରେ କରୋନା ସଂପର୍କରେ ସବିଶେଷ ତଥ୍ୟ ଦିଆଯାଉନି। ଜିଲାରେ କୋଭିଡ ଡାକ୍ତରଖାନାରେ ଭଲ ଚିକତ୍ସା କରାଯାଉନଥିବାବେଳେ ଟିଏମସି ରେ ଭଲ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ ହେଉଥିବା ଦର୍ଶାଯାଇଛି। ତେବେ ଜିଲାରେ ଡାକ୍ତର ଅଭାବ ପୂରଣ ସହିତ କୋରାନା ପରିଚାଳନାରେ ଅବହେଳାକୁ ଦୃଷ୍ଟିରେରଖି ରାଜ୍ୟସରକାର ଓ ଜିଲପ୍ରଶାସନ ସଠିକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ପ୍ରଦାନ କରିବାକୁ ନିବେଦନ କରାଯାଇଛି। ବିଜେପି କାର୍ଯ୍ୟକର୍ତ୍ତା ମାନେ ଜିଲାପାଳ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏଥିରେ ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲା ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଦାସ, ଅନନ୍ତ ପଣ୍ଡା, ବାବୁଲି ପାଳ, ପିଣ୍ଟୁ ମିଶ୍ର, ଅରୁଣ ପୂଜାରୀ, ଶର୍ମିଷ୍ଠାଦେଓ, ଅଶୋକ ପ୍ରଧାନ, ଭୂବନ ନାୟକ,ଚନ୍ଦନ ପଟ୍ଟନାୟକ, ଶୁଭମ ଚୈାଧୂରୀ, କେ.କିଷ୍ଣା ରାଓ ଓ ନିହାର ବିଷୋୟୀ ପ୍ରମୂଖ ଉପସ୍ଥିତ ଥିଲେ ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories