www.samajalive.in
Monday, December 15, 2025
27.1 C
Bhubaneswar

ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ଘରେ ପୁଲିସର ଚଢଉ, ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ

ନବରଙ୍ଗପୁର : ରାଜ୍ୟରେ ପ୍ରଥମଥର ପାଇଁ ଗଞ୍ଜେଇ ମାଫିଆଙ୍କ ଘରେ ପୁଲିସ ଚଢଉ କରି ବିପୁଳ ପରିମାଣର ସମ୍ପତ୍ତି ଜବତ କରିଛି।ଯାହାକି ନବରଙ୍ଗପୁର ପୁଲିସ ବଡ ସଫଳତା । ଆଜି ନବରଙ୍ଗପୁର ପୁଲିସ ଟିମ୍‍ ଦ୍ୱାରା ଅଚାନକ ଚଢାଉ କରାଯାଇ ଗଞ୍ଜେଇ ମାଫିଆଙ୍କ ଘରୁ ପ୍ରାୟ ୪ କୋଟି ଟଙ୍କାରୁ ଉର୍ଦ୍ଧ ଚଳ ଓ ଅଚଳ ସଂପର୍ତ୍ତି ଜବତ କରାଯାଇଛି। ଦୀର୍ଘବର୍ଷଧରି ଗଞ୍ଜେଇ କାରବାର କରୁଥିବା ତିନିଭାଇ ବେନିୟମ ଭାବେ ଭାବେ ଅର୍ଥ ଅର୍ଜନ କରିବା ସହ ବହୁ ସମ୍ପତ୍ତି କ୍ରୟ କରିଥିବା ଜଣାପଡିଛି।

କୋଷାଗୁମୁଡାଥାନା ଅନ୍ତର୍ଗତ ପାନରଗୁଡାର ପ୍ରଭାକର ମାଳି, ଅନିରୁଦ୍ଧ ମାଳି ଓ ରମେଶ ମାଳିଙ୍କ ଘରୁ ପ୍ରାୟ ୪କୋଟି ୭୭ ଲକ୍ଷ ଟଙ୍କାର ବେନିୟମ ସମ୍ପତ୍ତି ଜବତ କରାଯାଇଛି। ଏହି ଅଭିଯୁକ୍ତ ମାନେ ଗଞ୍ଜେଇ କାରବାରର ମୁଖ୍ୟ କାର୍ପଟଦାର ହୋଇଥିବାବେଳେ ଓଡିଶା ସମେତ ଛତିଶଗଡ,ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ,ଓ ମଧ୍ୟ ପ୍ରଦେଶରେ ଗଞ୍ଜେଇ ନିଶା ଚୋରା କାରବାର ନେଟ୍‍ୱାର୍କର ପଛରେ ରହି ପରିଚାଳନା କରୁଥିଲେ।

- Advertisement -

କୋଷାଗୁମୁଡା ଥାନାରେ କେସନମ୍ବର ୧୫୪,ତା ୨୦.୮.୨୦୧୫ ଓ କେସନମ୍ବର ୧୨୨ ,ତା ୯.୯.୨୦୨୦ରେ ଏମାନଙ୍କର ନାମରେ ଗଞ୍ଜେଇ ଚୋରା କାରବାର ମାମଲା ରହିଛି। ଏହି ଅଭିଯୁକ୍ତ ମାନଙ୍କର ୩ବର୍ଷ ମଧ୍ୟରେ ନିର୍ମିତ ୪ଟି ଦୁଇ ମହଲା ପକ୍କାଘର,୪ଏକର ୮୨ ସେଣ୍ଟ ପ୍ଲଟ ଜମି ଜବତ କରାଯାଇଥିବାବେଳେ ଗୋଟିଏ ବୁଲେଟ,ଗୋଟିଏ ସ୍କୁଟି, ଗୋଟିଏ ମାରୁତି ଏର୍ଟିଗା କାର,ଓ ଦୁଇଟି ଟ୍ରାକ୍ଟର ସହିତ ଟ୍ରଲି ଜବତ କରାଯାଇଛି। ଏହା ସହିତ ୯ଲକ୍ଷ ୭୬,୩୦୯ ଟଙ୍କାର ଚଳନ୍ତି ସମ୍ପତ୍ତି ମଧ୍ୟଜବତ କରାଯାଇଛି। ବିଭିନ୍ନ ବ୍ୟାଙ୍କରେଥିବା ୧୪ଟି ଆକାଉଣ୍ଟ ମାଧ୍ୟମରେ ମୋଟ ୪କୋଟି ୫୯ ଲକ୍ଷ ୬୮ହଜାର ୨୮୯ ଟଙ୍କା କାରବାର କରାଯାଇଥିବା ବେଳେ ସବୁ ଆକାଉଣ୍ଟ ଜବତ କରାଯାଇଛି। ନବରଙ୍ଗପୁର ଏସ୍‍ପି ନୀତିନ କୁଶଲକରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା, ଡିଏସପି ଚନ୍ଦ୍ର ଶେଖର ହୋତା, ଏସଡିପିଓ ଆଦିତ୍ୟ ସେନ ଓ ଇନ୍ସପେକ୍ଟର ନଟବର ନନ୍ଦ ସମେତ ପୁଲିସ ଫୋର୍ସ ଏହି ଚଢାଉରେ ଭାଗ ନେଇଥିଲେ। ତେବେ ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଭାକର ପୂର୍ବରୁ ଏକ କେସ୍‌ରେ ଜେଲ୍‌ରେ ରହିଥିବା ବେଳେ ରମେଶ ଗିରଫ ପରେ ଅସୁସ୍ଥ ହୋଇଥିବାରୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ତେବେ ଅନିରୁଦ୍ଧ ମାଳି ବର୍ତ୍ତମାନ ସମୟରେ ଫେରାର ଥିବା  ରହିଥିବାରୁ ତାକୁ ତୁରନ୍ତ ଗିରଫ କରାଯିବ ବୋଲି ଏସପି ଶ୍ରୀକୁଶଲକର କହିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories